କରଞ୍ଜିଆରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ସାଂସଦଙ୍କ ଦାବିପତ୍ର

ପାଟଣା: କେନ୍ଦୁଝର ଲୋକସଭା ଆସନ ଅଞ୍ଚଳ ଅନ୍ତର୍ଗତ ମୟୂରଭଞ୍ଜ ଜିଲାର କରଞ୍ଜିଆଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦୁଝର ସାଂସଦ ଅନନ୍ତ ନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ସାଂସଦ ନାୟକ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଦେଇଥିଲେ। କରଞ୍ଜିଆ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଗଲେ ଅଞ୍ଚଳବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବା ସହ ଶିକ୍ଷା କ୍ଷେତ୍ରରେ ଅଞ୍ଚଳ ଆଉପାଦେ ଆଗକୁ ଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Comments are closed.