www.samajalive.in
Thursday, December 11, 2025
13.1 C
Bhubaneswar

ବଲାଣିପଶିରେ ଏକାଦଶ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ସିଲିପଦା ପଞ୍ଚାୟତର ବଲାଣିପଶି ଗ୍ରାମରେ ଏକାଦଶ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ୧୬ଟି ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ ବେଗନା ଦଳ ଓ ଗୁଣ୍ଡୁରିପଶି ମଧ୍ୟରେ ଖେଳ ହୋଇଥିଲା। ଟସ ଜିତି ବେଗନା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୧୨୫ ରନ ସଂଗ୍ରହ କରିଥିଲା। ଦ୍ୱିତୀୟ ପାଳିରେ ଗୁଣ୍ଡୁରିପଶି ଦଳ ୧୦ ଓଭରରେ ମାତ୍ର ୭୭ ରନ କରି ପରାଜୟ ବରଣ କରିଲା। ଫଳରେ ବେଗନା ଦଳ ୪୮ ରନରେ ବିଜୟୀ ହୋଇଥିଲା। ଚାମ୍ପିଅନ ବେଗନା ଦଳକୁ ୧୦ ହଜାର ଟଙ୍କା ଓ ରନର୍ସଅପ ଗୁଣ୍ଡୁରିପଶିକୁ ୭ ହଜାର ୫ଶହ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ସିଲିପଦା ସରପଞ୍ଚ ଜୟନ୍ତୀ ମୁଣ୍ଡା ଉଭୟ ଦଳକୁ ପୁରସ୍କୃତ କରିଥିଲେ। ବିକାଶ ମହାନ୍ତ ଓ ପ୍ରମୋଦ କୁମାର ନାଏକ ଖେଳ ପରିଚାଳନା କରିଥିଲେ। ନାଏବ ସରପଞ୍ଚ ବୀଣାପାଣି ମହାନ୍ତ ଓ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଆଦିକନ୍ଦ ନାଏକ ଉଦଯାପନୀ ଉତ୍ସବରେ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories