www.samajalive.in
Tuesday, December 9, 2025
23.1 C
Bhubaneswar

କାଉଡୋଳାରେ ଭାଲୁ ଆତଙ୍କ

ଲଡୁଗାଁ : ଗତ ପ୍ରାୟ ଦୁଇ ତିନିଦିନ ଧରି ହେବ କୋକସରା ବ୍ଲକ କାଉଡୋଳା ଗାଁରେ ଭାଲୁ  ବୁଲୁଥିବା ଦେଖାଯାଇଛି । ଏଣୁ କାଉଡୋଳା ସମେତ ସୁନାମାଲ ତଥା ଆଖପାଖ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି  । କାଉଡୋଳାର  ବରକୋଳି ଏବଂ  ଅନ୍ୟାନ୍ୟ ଫଳ ଗଛରୁ ଭାଲୁ ଫଳ ଖାଉଥିବା ଲୋକେ ଦେଖିଛନ୍ତି । ଭାଲୁଟି କେତେ ଉଇ ହୁଙ୍କା ଭାଙ୍ଗିଥିବା ବେଳେ ସିଉନି ଅଞ୍ଚଳ  ଆଖୁ କିଆରୀ ଆଖୁ ଖାଉଥିବା ମଧ୍ୟ ଲୋକେ ଦେଖିଛନ୍ତି । ଏଣୁ ଭାଲୁ ଆତଙ୍କରେ ଲୋକେ ଭୋରରେ ଓ ସନ୍ଧ୍ୟା ପରେ ଘରୁ ବାହାରୁ ନାହାଁନ୍ତି । ଏପରିକି କାଉଡୋଳା ତଥା  ଆଖପାଖ ଗାଁରୁ ଲଡୁଗାଁର ବିଭିନ୍ନ ଶିକ୍ଷାନଷ୍ଠାନକୁ ଛାତ୍ରଛାତ୍ରୀ ଯାଉନଥିବା ପରିଲକ୍ଷିତ ହେଉଛି । ଆଜି ସକାଳେ କାଉଡୋଳା ଗାଁର ଜନୈକ ବ୍ୟକ୍ତିଙ୍କୁ ଭାଲୁ ଆକ୍ରମଣ କରିଥିବା ପ୍ରଚାରିତ ହେବା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଅନ୍ୟପଟେ ଭାଲୁ ଆକ୍ରମଣରେ  ଆହତ କୌଣସି ବ୍ୟକ୍ତି ଚିକିତ୍ସିତ ହେଉନଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ ପାଇଛି । ତେବେ ଏଭଳି ଜଟିଳ ପରିସ୍ଥିତିରେ ବନ ବିଭାଗ ଦ୍ଵାରା କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories