ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆପଡା-ସରଧାପୁର ରାସ୍ତା କଡ଼ରେ ଥିବା ଆକାଶିଆ ଜଙ୍ଗଲରେ କେହି ଦୁର୍ବୃତ୍ତ ସୋମବାର ନିଆଁ ଲଗାଇ ଦେଇଥିଲେ। ସେହି ବାଟ ଦେଇ ଯାଉଥିବା ଗଣମାଧ୍ୟମ ପ୍ରତିନିଧି ଦଶରଥ ବାରିକ୍ ନିଆଁ ଲାଗି ଯାଇଥିବା ଦେଖି ତାକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ଏହା ସହିତ ସେ ତୁରନ୍ତ ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଯୋଗୁ ପ୍ରାୟ ୨ ଏକର ରାସ୍ତାକଡ ଜଙ୍ଗଲ ପୋଡ଼ି ନଷ୍ଟ ହୋଇଯାଇଥିବା ଅଗ୍ନିଶମ ବାହିନୀ ସୂଚନା ଦେଇଛି।
Popular Categories



