www.samajalive.in
Friday, December 12, 2025
15.1 C
Bhubaneswar

ମୁହଁ ଖୋଲିଲେ ସାଂସଦ ଚନ୍ଦ୍ରାଣୀ, ଆଦିବାସୀ ଝିଅର ସମ୍ମାନ ହାନି ଘଟିଛି

ଭୁବନେଶ୍ୱର: ଓଟିଭି ବିରୋଧରେ ମୁହଁ ଖୋଲିଛନ୍ତି କେନ୍ଦୁଝରର ବିଜେଡ଼ି ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଓଟିଭିର ପରିଚାଳନା ନିର୍ଦେଶିକା ଜାଗି ମଙ୍ଗତ ପଣ୍ଡା ଓ ତାଙ୍କ ସ୍ବାମୀ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜ କ୍ଷମତାର ଦୁରୁପଯୋଗ କରି ଏକ ସମ୍ବେଦନଶୀଳ ମାମଲାରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ସହ ମୁଖ୍ୟ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଚନ୍ଦ୍ରାଣୀ ଅଭିଯୋଗ କରିଛନ୍ତି। ଏକ ଭିଡ଼ିଓ ଜାରି କରି ସାଂସଦ ମୁର୍ମୁ କହିଛନ୍ତି, କିଛିଦିନ ପୂର୍ବେ ଓଟିଭି ସାମ୍ବାଦିକ ଓ ଅନ୍ୟମାନେ ମୋର କପୋଳକଳ୍ପିତ, ଅଶ୍ଳୀଳ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ମୋର ସମ୍ମାନହାନି କରିବା ସହ ମାନସିକ ଯନ୍ତ୍ରଣା ଦେବା ଉଦ୍ଦେଶ୍ୟରେ ସେମାନେ ଏପରି କରିଥିଲେ। ଏହି ମାମଲାର ତଦନ୍ତ କରି ପୁଲିସ ଓଟିଭି ସାମ୍ବାଦିକଙ୍କୁ ଗିରଫ କରିଛି। କିନ୍ତୁ ଜାଗିମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ନିଜ କର୍ମଚାରୀଙ୍କୁ ରକ୍ଷା କରିବାକୁ ଯାଇ ଏହାକୁ ଗଣମାଧ୍ୟମ ଉପରେ ରାଜ୍ୟ ସରକାରଙ୍କ ଆକ୍ରମଣ ବୋଲି ଜାତୀୟ ଗଣମାଧ୍ୟମରେ ଚିତ୍ରିତ କରିବା ସହ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଉଦ୍ୟମ କରୁଛନ୍ତି ।

ସେ କହିଛନ୍ତି, ଯଦି ମୋ ଜାଗାରେ ନିଜର ଝିଅ ସହ ଏପରି ଘଟିଥାନ୍ତା ତା ହେଲେ କ’ଣ ସେମାନେ ଏପରି କରିଥାନ୍ତେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି କପୋଳକଳ୍ପିତ ଭାଇରାଲ୍ ଭିଡ଼ିଓ ଯୋଗୁଁ ସର୍ବସାଧାରଣରେ ମୋ ଭଳି ଜଣେ ଆଦିବାସୀ ଝିଅର ସମ୍ମାନହାନି ଘଟିଛି। ଯଦି ଜଣେ ମହିଳା ସାଂସଦଙ୍କ ସହ ଏପରି କରାଯାଉଛି ତା ହେଲେ ଦେଶର ସାଧାରଣ ଝିଅଙ୍କ ଅବସ୍ଥା କ’ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ଜାଗିମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଏପରି କାର୍ୟ୍ୟରୁ ନିବୃତ୍ତ ରହିବାକୁ ସେ ସତର୍କ କରାଇଛନ୍ତି।

- Advertisement -

ଓଟିଭିର ପ୍ରତିକ୍ରିୟା

ଓଟିଭି ପ୍ରତିକ୍ରିୟା ପ୍ରକାଶ କରି ଏହାର ଅପରେଟିଂ ଅଫିସର ଲିତିଶା ମଙ୍ଗତ କହିଛନ୍ତି ଯେ କୋଭିଡ୍‌-୧୯ ପରିଚାଳନାରେ ରାଜ୍ୟ ସରକାରଙ୍କ ଦୁର୍ନୀତି ପଦାକୁ ଆଣିବା ପରଠାରୁ ଗତ ୩ ମାସ ହେଲା ଓଟିଭିକୁ ବିଭିନ୍ନ ଉପାୟରେ ହଇରାଣ କରାଯାଉଛି। ସାରୁଅରେ ଜମି ଜବରଦଖଲ କରିଥିବା ନେଇ ଓଟିଭି ବିରୋଧରେ ଏକାଧିକ ମିଥ୍ୟା ମାମଲା ରୁଜୁ କରାଯାଇଥିଲେ ସୁଦ୍ଧା ଏହା ମିଥ୍ୟା ପ୍ରମାଣିତ ହୋଇଛି। ଏଥିରେ ଆଉ ଏକପାଦ ଆଗକୁ ଯାଇ ଆମର ପାଚେରୀକୁ ଭାଙ୍ଗି ଦିଆଗଲା। ଏହା ପରେ କୌଣସି ପ୍ରମାଣ ନଥାଇ ଏବଂ ବିନା ନୋଟିସ୍‌ ଏବଂ ୱାରେଣ୍ଟ ନଥାଇ ଓଟିଭିର ବରିଷ୍ଠ ସାମ୍ବାଦିକଙ୍କୁ ପୁଲିସ ଉଠାଇ ନେଇଛି। ଆମେ ସବୁ ପ୍ରକାର ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଥିଲେ ସୁଦ୍ଧା ବିନା କୌଣସି କାରଣରେ ଆମ ସାମ୍ବାଦିକ ଓ କାର୍ୟ୍ୟାଳୟ ବିରୋଧରେ ଆକ୍ରମଣ କରାଯାଉଛି। ଆମେ ଏହାର ତିବ୍ର ନିନ୍ଦା ଓ ବିରୋଧ କରୁଛୁ ବୋଲି ଓଟିଭି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories