www.samajalive.in
Saturday, December 13, 2025
21.1 C
Bhubaneswar

ମଡ୍ୟୁଲାର ରୋଷେଇ ଘର‌ ମୋହରେ ମହିଳା

ଗାଁ ଗହଳିରେ ଆଜି ମଧ୍ୟ ମା’ମାଉସୀମାନେ ରୋଷେଇ ଘରକୁ ହାଣ୍ଡିଶାଳ ବୋଲି କହିଥାନ୍ତି। ଏଇ ‘ହାଣ୍ଡିଶାଳ’ ଶବ୍ଦଟି ପ୍ରକୃତରେ ଖୁବ୍ ଆପଣାର ଲାଗିଥାଏ। ହେଲେ ନଗରୀ, ମହାନଗରୀ ସଭ୍ୟତାରେ ମଡ୍ୟୁଲାର କିଚେନ୍ ଆଧୁନିକତାର ସ୍ପର୍ଶ ଦେଉଛି। ମଡ୍ୟୁଲାର କିଚେନ୍ ଆଖିକୁ ଚକ୍ଚକ୍ ଓ ସୁନ୍ଦର ଦେଖାଯାଇଥାଏ, ହେଲେ ଗାଁ ହାଣ୍ଡିଶାଳର ବାସ୍ନା ଏଠାରେ ମିଳିନଥାଏ।

ନିକଟରେ ଗାଁ ରୋଷେଇ ଘର ଓ ସହରର ଅତ୍ୟାଧୁନିକ ମଡ୍ୟୁଲାର କିଚେନ୍‌କୁ ନେଇ ଏକ ଅନୁଧ୍ୟାନ କରାଯାଇଥିଲା। ଆଜିକାଲି ୩୪%ରୁ ଅଧିକ ମହିଳା ମଡ୍ୟୁଲାର କିଚେନ୍‌କୁ ପସନ୍ଦ କରୁଛନ୍ତି। କାରଣ ଏହା ଜରିଆରେ ରୋଷେଇଘର ସାମଗ୍ରୀ, ଜିନିଷ, ବାସନକୁସନ ସବୁକିଛି ବ୍ୟବସ୍ଥିତ ରହିପାରୁଛି। ହେଲେ ସାଧାରଣ ରୋଷେଇ ଘରେ ଏସବୁ ବ୍ୟବସ୍ଥା ନଥିବାରୁ ମହିଳାମାନେ ରୋଷେଇରେ ଆଗ୍ରହ ପ୍ରକାଶ କରୁନାହାନ୍ତି।

- Advertisement -

– ବିଶେଷଜ୍ଞଙ୍କ ମତରେ ଆଗ କାଳରେ ଗୃହିଣୀମାନେ ହେମଦସ୍ତାରେ ମସଲା କୁଟିବା ସହ ଶିଳରେ ବାଟୁଥିଲେ। ସେସବୁ ମସଲା ତରକାରି ସୁଆଦିଆ ହେବା ସହ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଉଥିଲା। ଆଜିର ନୂଆ ଡିଜାଇନ୍‌ କିଚେନ୍‌‌ରେ ଗ୍ରାଇଣ୍ଡର ବଟା ମସଲାରେ ସେଭଳି ସ୍ବାଦ କିମ୍ବା ବାସ୍ନା ନାହିଁ।

– ଗାଁଗହଳିରେ ଆଜି ମଧ୍ୟ ମାଟି ହାଣ୍ଡି, ପାତ୍ରରେ ରୋଷେଇ କରାଯାଉଛି। ହେଲେ ସହରୀ ମଡ୍ୟୁଲାର କିଚେନ୍‌ରେ ଆଲୁମିନିୟମ୍, ଷ୍ଟେନ୍‌ଲେସ୍‌ ଷ୍ଟିଲ୍, ନନ୍‌-ଷ୍ଟିକ୍‌ ବାସନର ପ୍ରୟୋଗ ହେଉଛି। ଯାହାର ଅଧିକ ବ୍ୟବହାର କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ସମୟକ୍ରମେ ଉପୁଜିଥାଏ।

– ମଡ୍ୟୁଲାର କିଚେନ୍‌‌ରେ ମଧ୍ୟ ମାଟି ପାତ୍ରରେ ରାନ୍ଧିପାରିବେ। ଷ୍ଟିଲ୍ ପରିବର୍ତ୍ତେ ସେରାମିକ୍ ଥାଳିରେ ଖାଦ୍ୟ ଖାଇବା ଭଲ। କିଛି ବର୍ଷ ତଳେ ଲୋକେ ପର୍ବପର୍ବାଣି, ବିବାହ, ବ୍ରତରେ କଦଳୀ ପତ୍ରରେ ପରଷି ଖାଉଥିଲେ। ଆଜିକାଲି କିନ୍ତୁ କାଗଜ ପ୍ଲେଟ୍‌ର ଚାହିଦା ବଢ଼ିବାରେ ଲାଗିଛି।

– ବିଶେଷଜ୍ଞଙ୍କ ମତରେ ଏହି କିଚେନ୍ ପରିଷ୍କାର ରହିଥାଏ। ଜିନିଷ ବ୍ୟବସ୍ଥିତ ରହିବା କାରଣରୁ କାମ କରିବାକୁ ଭଲ ମଧ୍ୟ ଲାଗେ। ହେଲେ ଆମ ପୁରାତନ ପରମ୍ପରାକୁ ନ ଭୁଲି ଆମେ ମସଲାକୁ ସେହିଭଳି ଗୁଣ୍ଡ କରି ଏୟାର୍-ଟାଇଟ୍ ଡବାରେ ରଖିପାରିବା।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories