www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ପାଇଁ ମାଉଥ୍ ସ୍ପ୍ରେ ; ମାତ୍ର ୨୦ ମିନିଟରେ ଦୂର ହେବ କରୋନା ଭୂତାଣୁ – କମ୍ପାନୀର ଦାବି

ନୂଆଦିଲ୍ଳୀ : କରୋନା ଭୂତାଣୁ ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ମହାମାରୀ ରୂପ ଧାରଣ କରିଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ଭାରତ ସମେତ ବିଶ୍ବର ଅନେକ ଦେଶରେ ୧୨୦ରୁ ଅଧିକ ପ୍ରକାରର ଭ୍ୟାକ୍ସିନ ବା ଟିକା ଉପରେ ଗବେଷଣା ଜାରି ରହିଛି। ସେଥିମଧ୍ୟରୁ ୨୧ରୁ ଅଧିକ ଟିକା କ୍ଲିନିକାଲ ପରୀକ୍ଷଣ ପର୍ଯ୍ୟାୟରେ ରହିଛି। ଏହା ବ୍ୟତୀତ କରୋନା ଭୂତାଣୁ ଚିକିତ୍ସା ପାଇଁ ଔଷଧ ଉପରେ ମଧ୍ୟ ଗବେଷଣା କରାଯାଉଛି। ବର୍ତ୍ତମାନ କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସ୍ୱିଡେନର ଏକ କମ୍ପାନୀ ମାଉଥ୍ ସ୍ପ୍ରେ ପ୍ରସ୍ତୁତ କରିଛି। ଯାହା କିଛି ମିନିଟ୍ ମଧ୍ୟରେ କରୋନା ଭୂତାଣୁ ଦୂର କରି ପାରିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଉଛି।

ଇଂରାଜୀ ୱେବସାଇଟ୍ ସିଏନବିସି (CNBC)ର ଏକ ଖବର ଅନୁଯାୟୀ ସ୍ୱିଡେନ ଲାଇଫ୍ ସାଇନ୍ସ କମ୍ପାନୀ ଏନଜାଇମାଟିକା (Swedish life science company Enzymatica) କରୋନା ଭୂତାଣୁ ନଷ୍ଟ ପାଇଁ ମାଉଥ୍ ସ୍ପ୍ରେ ପ୍ରସ୍ତୁତ କରିଛି। କମ୍ପାନୀ ପକ୍ଷରୁ ଗବେଷଣା କରାଯାଇ ଜୁଲାଇ ୨୦ରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। କମ୍ପାନୀ ଦାବି କରିଛି ଯେ, ଏହି ସ୍ପ୍ରେ ୨୦ ମିନିଟ୍ ମଧ୍ୟରେ ୯୮.୩% କରୋନା ଭୂତାଣୁକୁ ନଷ୍ଟ କରିବ। ଏହି ସ୍ପ୍ରେ ଥଣ୍ଡା, କାଶ ଏବଂ ଜ୍ୱରକୁ ମଧ୍ୟ ଭଲ କରିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

- Advertisement -

କମ୍ପାନୀ ପକ୍ଷରୁ ଏହି ସ୍ପ୍ରେକୁ କୋଲ୍ଡଜାଇମ୍ ନାମରେ ନାମିତ କରାଯାଇଛି। ଆନ୍ତର୍ଜାତୀୟ ପରୀକ୍ଷଣ ପ୍ରଣାଳୀରେ ଆମେରିକାର ମାଇକ୍ରୋବକ୍ସ ଲାବୋରେଟୋରୀରେ ଏହି ସ୍ପ୍ରେ ଉପରେ ଅଧିକ ଅନୁସନ୍ଧାନ ଜାରି ରହିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories