www.samajalive.in
Sunday, December 7, 2025
14.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ମୋଟୋରୋଲା “ୱାନ ମାକ୍ରୋ”

ନୂଆଦିଲ୍ଲୀ : ମୋଟୋରୋଲା କମ୍ପାନୀ ତରଫରୁ ଭାରତରେ ତାର ନୂଆ ସ୍ମାର୍ଟଫୋନ ମୋଟୋରୋଲା ୱାନ ମାକ୍ରୋ ଲଞ୍ଚ କରାଯାଇଛି। ଏହି ଫୋନର ଖାସ କଥା ହେଉଛି ଏଥିରେ ମାକ୍ରୋ ଭିଜନ୍ କ୍ୟାମେରା ଦିଆଯାଇଛି। ଯାହା ସହାର୍ୟ୍ୟରେ ଜବରଦସ୍ତ ଫଟୋ ଉଠାଇ ହେବ। ଏହାସହିତ ଏଥିରେ ମିଡିଆଟେକ ହିଲିଓ ପି-୭୦ପ୍ରୋସେସର ଦିଆଯାଇଛି। ଏହାର ମୂଲ୍ୟ ୯ହଜାର ୯୯୯ଟଙ୍କା।
ଫୋନରେ ୬.୨ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ମିଳିବ। ଯାହାର ରିଜୋଲ୍ୟୁସନ୍ ୧୫୨୦/୭୨୦ରହିଛି। ଏହାବ୍ୟତୀତ ଏହି ଫୋନ ୪ଜିବି ରାମ ସହ ୬୪ଜିବି ଷ୍ଟୋରେଜରେ ଉପଲବ୍ଧ ହେବ। ଯାହାକୁ ମେମୋରୀ କାର୍ଡ ସାହାର୍ୟ୍ୟରେ ବଢାଇପାରିବେ।
ଫୋନରେ ଟ୍ରିପଲ ରିଅର କ୍ୟାମେରା ଦିଆଯାଇଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲର ଏଫ୨.୦ଅଫର୍ଚର, ଦ୍ବିତୀୟଟି ୨ମେଗାପିକ୍ସେଲ ଏବଂ ତୃତୀୟଟି ୨ମେଗାପିକ୍ସେଲର ମାଇକ୍ରୋ ଲେନ୍ସ। କ୍ୟାମେରା ସହିତ ଫ୍ଲାସଲାଇଟ ଦିଆଯାଇଛି। ସେହିଭଳି ସେଲଫି ପାଇଁ ଫୋନରେ ୮ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି।
ମୋଟୋରୋଲା ୱାନ ମାକ୍ରୋରେ ସଂଯୋଗ ପାଇଁ ୪ହଜାର ଏମ୍ଏଚ୍ ବ୍ରାଟେରୀ ରହିଛି। ଏହା ସହିତ ଏଥିରେ ୧୦ୱାଟର ଚାର୍ଜର ମାଗଣାରେ ମିଳିବ। ଅକ୍ଟୋବର ୧୨ରୁ ଫ୍ଲିପକାର୍ଟରେ ଏହି ଫୋନର ବିକ୍ରି ଆରମ୍ଭ ହେବ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories