ଦେଢ଼ ଲକ୍ଷ ଦେଇ ଅପହର୍ତ୍ତାଙ୍କ କବଳରୁ ପୁଅକୁ ମୁକୁଳାଇଲେ ମା’

ସମାଜ ଡିଜିଟାଲ ଡେସ୍କ: ଅପହରଣର ମାସକ ପରେ ଅପହର୍ତ୍ତାଙ୍କ କଳବରୁ ଉଦ୍ଧାର ହେଲେ ଯୁବକ। ତେବେ ପୁଲିସ ନୁହେଁ, ନିଜେ ମା’ ଅପହର୍ତ୍ତାଙ୍କ ସର୍ତ୍ତ ଅନୁସାରେ ଟଙ୍କା ଦେଇ ପୁଅକୁ ମୁକୁଳାଇଛନ୍ତି। ଫିରିଙ୍ଗିଆରୁ ଅପହୃତ ପୁଅଙ୍କୁ ବେଙ୍ଗାଲୁରୁରୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ପ୍ରାୟ ମାସକ ତଳେ ଫିରିଙ୍ଗିଆ ଅଞ୍ଚଳରୁ ଜଣେ ଯୁବକଙ୍କୁ କିଛି ଅପହର୍ତ୍ତା ଅପହରଣ କରିନେଇଥିଲେ। ତାଙ୍କ ମୁଣ୍ଡ ଜାମିନ ରଖି ତାଙ୍କ ମା’ଙ୍କଠାରୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ଥିବାରୁ ମା’ ନିରାଶ ହୋଇପଡ଼ିଥିଲେ। ଶେଷରେ ବହୁ କଷ୍ଟରେ ଦେଢ଼ ଲକ୍ଷ ଟଙ୍କାର ଧାରକରଜ କରି ଅପହର୍ତ୍ତାଙ୍କୁ ଦେବାରୁ ସେମାନେ ପୁଅକୁ ଛାଡ଼ିଥିବା ସୂଚନା ମିଳିଛି।
Comments are closed.