www.samajalive.in
Sunday, December 14, 2025
19.1 C
Bhubaneswar

ସ୍ଵାମୀଙ୍କ ସହିତ ଝଗଡ଼ା ହେବାରୁ ୮ ମାସର ଝିଅକୁ ହତ୍ୟା କଲା ମା’

ସମାଜ ଡିଜିଟାଲ ଡେସ୍କ: ପ୍ରତ୍ୟେକ ପରିବାରରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳିଝଗଡ଼ା ହୋଇଥାଏ। ହେଲେ ଏହି କାରଣକୁ ନେଇ ଜଣେ ମା’ ନିଜର ୮ମାସର ଝିଅକୁ ହତ୍ୟା କରିଛନ୍ତି। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଉତ୍ତର ପ୍ରଦେଶର ପରସପୁର ଥାନା ଅନ୍ତର୍ଗତ ଅଭୟପୁର ଗାଁରେ।

ପୁଲିସ ସୂଚନା ଅନୁସାରେ, ମହିଳା ନାମ୍ନୀ ମହିଳା ଜଣକ ଝିଅ ସହିତ ଶାଶୁ ଘରେ ରହୁଥିବାବେଳେ ସ୍ଵାମୀ ମୁମ୍ବାଇରେ ରୁହନ୍ତି। ରାତିରେ ସ୍ଵାମୀ-ସ୍ତ୍ରୀ ଫୋନରେ କଥା ହେବା ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ଝଗଡ଼ା ହୋଇଥିଲା। ଏହା ପରେ ମହିଳା ଜଣକ ରାଗରେ ଝିଅକୁ ସେପ୍ଟିକ ଟ୍ୟାଙ୍କରେ ଫିଙ୍ଗି ଦେଇଥିଲେ। ପରଦିନ ସକାଳେ ଝିଅ ନିଖୋଜ ହୋଇଯାଇଥିବା ଘରେ ଜଣାଇଥିଲେ। କୌଣସି ଜଙ୍ଗଲୀ ଜନ୍ତୁ ଝିଅକୁ ନେଇଯାଇଥିବା ସେ କହିଥିଲେ। ଏହା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଏବଂ ବନ କର୍ମଚାରୀମାନେ ନିକଟ ଜଙ୍ଗଲ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ଡ୍ରୋନ ସହାୟତାରେ ବି ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି ଚାଲିଥିଲା। କିନ୍ତୁ ଝିଅର କୌଣସି ପତ୍ତା ମିଳି ନ ଥିଲା। ପରେ ସନ୍ଧ୍ୟାରେ ବର୍ଷା ହେବାରୁ ଘର ପଛ ପଟେ ଥିବା ସେପ୍ଟିକ ଟ୍ୟାଙ୍କରୁ ଝିଅର ମୃତଦେହ ଭାସି ଆସିଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ପାଣିରେ ବୁଡ଼ି ଝିଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପଚରାଉଚରା ପରେ ମହିଳା ଜଣକ ସ୍ଵାମୀଙ୍କ ସହ ଝଗଡ଼ା ଯୋଗୁ ଏଭଳି କରିଥିବା ମାନିଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ମା’କୁ ଗିରଫ କରିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories