www.samajalive.in
Friday, December 5, 2025
26.1 C
Bhubaneswar

ଦୁର୍ବୃତ୍ତଙ୍କ ସହ ସଂଘର୍ଷ ବେଳେ ଟ୍ରେନରୁ ପଡ଼ି ମା’-ଝଅଙ୍କ ମୃତ୍ୟୁ

ମଥୁରା : ଉତ୍ତରପ୍ରଦେଶ ମଥୁରା ଜଂକସନ ନିକଟରେ ଶୁକ୍ରବାର ରାତିରେ ଦୁର୍ବୃତ୍ତଙ୍କ ସହ ସଂଘର୍ଷ ବେଳେ ଟ୍ରେନରୁ ପଡ଼ି ମା’-ଝିଅଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ମା’-ଝିଅ ଦିଲ୍ଲୀ ନିଜାମୁଦ୍ଦିନ ଷ୍ଟେସନରୁ ତ୍ରିବେନ୍ଦ୍ରମ ଏକ୍ସପ୍ରେସରେ ଚଢିଥିଲେ। ମା’-ଝିଅ ଦ୍ୱୟ ରାଜସ୍ଥାନର କୋଟାକୁ ଯାଉଥିଲେ। କୋଟାର ଏକ କୋଚିଂ ସେଣ୍ଟରରେ ଡାକ୍ତରୀ ପାଠ୍ୟକ୍ରମ ଲାଗି ପ୍ରସ୍ତୁତି ପାଇଁ ଝିଅର ନାମ ଲେଖାଇବାକୁ ସାଙ୍ଗରେ ମା’ ଓ ପୁଅ ଯାଉଥିଲେ। ମାତ୍ର ବାଟରେ ବୃନ୍ଦାବନ ରୋଡ ଷ୍ଟେସନ ନିକଟରେ କେତେକ ଦୁର୍ବୃତ୍ତ ସେମାନଙ୍କୁ ଲୁଟିବାକୁ ଚେଷ୍ଟା କରିଥିଲେ। ମାତ୍ର ମା’-ଝିଅ ଦୁର୍ବୃତ୍ତଙ୍କ ସହ ଲଢିଥିଲେ। ସଂଘର୍ଷ ବେଳେ ଉଭୟ ଟ୍ରେନରୁ ତଳକୁ ଖସିପଡିଥିଲେ। ଫଳରେ ଦ୍ରୁତଗତିରେ ଯାଉଥିବା ଟ୍ରେନରେ କଟି ଉଭୟଙ୍କ ମୃତ୍ୟୁ ଘଟିଛି। ରେଳ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। କୁହାଯାଉଛି ଦୁର୍ବୃତ୍ତମାନେ ଟ୍ରେନରେ ଥିଲେ ଓ ରେଳ ଚେନ ଟାଣି ଖସି ପଳାଇଥିଲେ। ପୁଲିସ୍‍ ସୂଚନା ଅନୁସାରେ ଦିଲ୍ଲୀରୁ କୋଟା ଯାଉଥିବା ମା’ ଝିଅ ହେଉଛନ୍ତି ପଶ୍ଚିମବଙ୍ଗ ଦୁର୍ଗାପୁରର ମୂଳନିବାସୀ। ସେମାନଙ୍କ ସହ ଯାଉଥିବା ପୁଅ ଅନ୍ୟ ଏକ ବଗିରେ ଥିବାରୁ ଘଟଣା ବିଷୟରେ ଜାଣିପାରିନଥିଲା। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଅନ୍ୟ ଯାତ୍ରୀଙ୍କୁ ପଚରାଉଚୁରା କରାଯାଇଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories