ଏପ୍ରିଲ ୨ରୁ ସକାଳୁଆ ସ୍କୁଲ
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଏପ୍ରିଲ ୨ ତାରିଖରୁ ସମସ୍ତ ବିଦ୍ୟାଳୟକୁ ସକାଳୁଆ କରିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ସକାଲ ୬ଟା୩୦ ସମୟରେ ବିଦ୍ୟାଳୟ ଖୋଲା ହୋଇ ୧୦ଟା ୩୦ ଯାଏ ଚାଲିବ । ଦିନ ୧୦ଟାରେ ମଧ୍ୟାହ୍ନ ଭୋଜନ ଦିଆଯିବ । ମାର୍ଚ୍ଚ ୩୧ ପୂର୍ବରୁ ପରୀକ୍ଷା ଶେଷ କରିବା ପାଇଁ ନିର୍ଦେଶ ଦିଆଯାଇଛି । ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।