www.samajalive.in
Sunday, December 7, 2025
16.1 C
Bhubaneswar

କେଉଁ ସମୟରେ ଖାଇବେ ମିଠା..

ଅନେକଙ୍କୁ ମିଠା ଖାଇବା ଖୁବ୍‌ ପସନ୍ଦ । ମାତ୍ର ଆପଣ ଜାଣନ୍ତି କି ମିଠା ଖାଇବାର ସଠିକ୍‌ ସମୟ? ଭୁଲ୍‌ ସମୟରେ ମିଠା କିମ୍ବା ମିଠା ଜାତୀୟ ଜିନିଷ ଖାଇବା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡିଥାଏ । କିଛି ଲୋକେ ସକାଳ ସମୟରେ ମିଠା ଖାଇ ଥାଆନ୍ତି । କିଛି ଲୋକେ ରାତିରେ ମଧ୍ୟ ମିଠା ଖାଇବାକୁ ପସନ୍ଦ କରନ୍ତି । ମାତ୍ର ସଠିକ୍‌ ସମୟ କେଉଁଟା ।

କୁହାଯାଏ, ସକାଳ ସମୟର ଜଳଖିଆ ଦିନର ଖାଦ୍ୟ ମଧ୍ୟରୁ ମହତ୍ତ୍ୱପୂର୍ଣ୍ଣ । ସକାଳ ସମୟରେ ମିଠା ଖାଇବା ଦ୍ୱାରା ଦିନଯାକ ଶରୀର ଉପରେ ଏହାର ପ୍ରଭାବ ରହିଥାଏ । ସକାଳ ସମୟରେ ମିଠା ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ହୋଇଥାଏ । ଏହାସହ ଥକ୍କାପଣ, ଚିଡଚିଡାପଣ, ଏକାଗ୍ରତା ରଖିବାରେ ସମସ୍ୟା ହୋଇପାରେ । ଶରୀରକୁ ପୋଷକ ତତ୍ତ୍ୱ ସଠିକ୍‌ ଭାବେ ନ ମିଳି ପାରିବା ସହ ଓଜନ ବୃଦ୍ଧି ହେବାର ମଧ୍ୟ ସମ୍ଭାବନା ଅଧିକ ରହିଥାଏ ।

ରବିବାର ଗୁରୁ ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ ;ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ବଡ ସଫଳତା..

- Advertisement -

ବିଶେଷଜ୍ଞଙ୍କ ମତାନୁସାରେ, ମିଠା ଖାଇବାର ସବୁଠାରୁ ଉତ୍ତମ ସମୟ ହେଉଛି ଖରାବେଳ । ଖରାବେଳେ ଭୋଜନ ପରେ ମିଠା ଖାଇବା ଦ୍ୱାରା ଦିନଯାକ ଥକ୍କାପଣ ଅନୁଭବ ହୋଇନଥାଏ । ଚର୍ବି ମଧ୍ୟ ଜମାଟ ବାନ୍ଧି ନଥାଏ । ଖରାବେଳ ଭୋଜନର ପ୍ରାୟ ୧ ଘଣ୍ଟା ପରେ ମିଠା ଖାଇବା ଉଚିତ୍‌ । ଖାଇବାର ତୁରନ୍ତ ପରେ ମିଠା ଖାଇବା ଦ୍ୱାରା ପେଟ ଫୁଲିବା ଭଳି ଅନୁଭବ ହେବା ସହ ବ୍ୟସ୍ତ ମଧ୍ୟ ଲାଗିଥାଏ । ମିଠା ଖାଇବା ପରେ କିଛି ସମୟ ନିଶ୍ଚୟ ଚାଲନ୍ତୁ ।

ଆମାଜନ୍‌ ସେଲ୍‌ ଆରମ୍ଭ; ମିଳୁଛି ୮୦ ପ୍ରତିଶତ ରିହାତି, ତାଲିକାରେ ଅଛି ଆଇଫୋନ, ମାତ୍ର ୨ ଦିନ ପାଇଁ..

ତେବେ ପ୍ରଶ୍ନ ଆସେ କେଉଁ ମିଠା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଡାର୍କ ଚକୋଲେଟ୍‌ ଏକ ଉତ୍ତମ ବିକଳ୍ପ । ସକାଳ ସମୟରେ ମିଠା ବଦଳରେ ଫଳ, ଅଣ୍ଡା ଆଦି ଖାଇପାରିବେ।

ଭୋଜନରୁ କେଶ ବାହାରିବା ଦିଏ କି ସଙ୍କେତ..

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories