www.samajalive.in
Monday, December 15, 2025
26.1 C
Bhubaneswar

ରାମନବମୀ ଶୋଭାଯାତ୍ରାବେଳେ ମହୁମାଛି ଆକ୍ରମଣ, ୩୦ରୁ ଅଧିକ ଆହତ 

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ମୁଖ୍ୟାଳୟଠାରେ ଆଜି ପବିତ୍ର ଶ୍ରୀରାମ ନବମୀ ପାଳନ ହୋଇଥିବା ବେଳେ ଶହ ଶହ ଭକ୍ତ ଏବଂ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ସକାଳୁ ଶ୍ରୀରାମ ନବମୀ ପୂଜା ପରେ ଅପରାହ୍ନରେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରୁଥିବାବେଳେ ବାଜାବାଦ୍ୟ ଏବଂ ଡିଜେ ସାଉଣ୍ଡ ସହ ଏଲଇଡ଼ ଲାଇଟର ପ୍ରଭାବରେ ଖଜୁରୀପଡା ଥାନା ପଛପଟରେ ଥିବା ଏକ ଶିମିଳି ଗଛରେ ରହୁଥିବା ବାଘୁଆ ମହୁମାଛି ହଠାତ ଶୋଭାଯାତ୍ରାରେ ଥିବା ଲୋକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ପୁଲିସ ସମେତ ଅନେକ ଲୋକ ଆହତ ହୋଇଥିଲେ । ସମସ୍ତଙ୍କୁ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପ୍ରବଳ ଜନଗହଳି ଯୋଗୁଁ ସମସ୍ତଙ୍କୁ ଲମ୍ବା ଲାଇନ ଲଗାଇ ଚିକିତ୍ସା କରାଯାଇଥିଲା ।

ଏମ୍ସ ଭୁବନେଶ୍ୱରରେ ଉନ୍ନତ କୃତ୍ରିମ ମୂତ୍ର ସ୍ପିନ୍ଟର (ଏୟୁଏସ) ପ୍ରତିରୋପଣ ସେବା ଆରମ୍ଭ

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories