ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅଞ୍ଚଳ ଡେଣୁଆ ଗ୍ରାମର ଜଣେ ମହିଳାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଡେଣୁଆ ଗ୍ରାମର ଜଣେ ମହିଳା ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରି ଫେରିବା ରାସ୍ତାରେ ବିଶ୍ରାମ ନେଉଥିବା ସମୟରେ ସେହି ଗ୍ରାମରେ ରହୁଥିବା ଜେସିବି ଚାଳକ କାଳିଆ ହତା ଫାଣ୍ଡି ଅନ୍ତର୍ଗତ ତାଳପଦା ଗ୍ରାମର ସୂର୍ଯ୍ୟ ମହାନ୍ତ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ବେହୋସ କରିବା ପରେ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କରାଯାଇଛି। ଏପରିକି ଦୁଷ୍କର୍ମ ସମୟରେ ଭିଡିଓ କରି ତାକୁ ବ୍ଲାକ ମେଲ କରୁଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏ ନେଇ ଥାନାରେ ୧୬୧/୬୪ ମୂଳେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି । ଚମ୍ପୁଆ ଏସଡିପିଓ ବିଜୟ କୁମାର ମଲ୍ଲିକ ଘଟଣାର ତଦନ୍ତ କରୁଛନ୍ତି।
Popular Categories



