www.samajalive.in
Monday, December 8, 2025
14.1 C
Bhubaneswar

୮ ରାଜ୍ୟରୁ ୮୪.୫ ପ୍ରତିଶତରୁ ଅଧିକ କରୋନା ସଂକ୍ରମଣ ରେକର୍ଡ଼

ଦେଶରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୮ଟି ରାଜ୍ୟରୁ ୮୪.୫ ପ୍ରତିଶତରୁ ଅଧିକ ସଂକ୍ରମଣ ରେକର୍ଡ଼ କରାଯାଇଛି। ମହାରାଷ୍ଟ୍ରରୁ ସର୍ବାଧିକ ୪୦ ହଜାର ୪୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରୁ ୩ ହଜାର ୮୨, ପଞ୍ଜାବରୁ ୨ ହଜାର ୮୭୦, ମଧ୍ୟପ୍ରଦେଶରୁ ୨ ହଜାର ୨୭୬, ଗୁଜୁରାଟ୍‍ରୁ ୨ ହଜାର ୨୭୦, କେରଳରୁ ୨ ହଜାର ୨୧୬, ତାମିଲ୍‍ନାଡ଼ୁରୁ ୨ ହଜାର ୧୯୪ ଏବଂ ଛତିଶଗଡ଼ରୁ ୨ ହଜାର ୧୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଦେଶର ମୋଟ ସଂକ୍ରମଣର ୮୦.୧୭ ପ୍ରତିଶତ ମହାରାଷ୍ଟ୍ର, କେରଳ, ପଂଜାବ, କର୍ଣ୍ଣାଟକ ଏବଂ ଛତିଶଗଡ଼ରୁ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଅନ୍ୟପକ୍ଷରେ ଆଜି ସୁଦ୍ଧା ମୋଟ ୬ କୋଟି ୫ ଲକ୍ଷ ୩୦ ହଜାର ୪୩୫ ଜଣଙ୍କୁ ଟିକାକରଣ କରାଯାଇଥିବା ବେଳେ ଗତକାଲି ଗୋଟିଏ ଦିନରେ ସାରା ଦେଶରେ ଥିବା ଉଭୟ ସରକାରୀ ଘରୋଇ ଟିକାକରଣ କେନ୍ଦ୍ରରେ ୨ ଲକ୍ଷ ୬୦ ହଜାର ୬୫୩ ଜଣ ହିତାଧିକାରୀଙ୍କୁ ଏହି ଟିକା ଦିଆଯାଇଛି। ଆଜି ସୁଦ୍ଧା ୮୧ ଲକ୍ଷ ୫୬ ହଜାର ୯୯୭ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଥିବା ବେଳେ ୫୧ ଲକ୍ଷ ୭୮ ହଜାର ୬୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ଵିତୀୟ ଡୋଜ ଟିକା ଦିଆଯାଇଛି। ସେହିପରି ୮୯ ଲକ୍ଷ ୧୨ ହଜାର ୧୧୩ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଓ ୩୬ ଲକ୍ଷ ୯୨ ହଜାର ୧୩୬ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଦ୍ଵିତୀୟ ଡୋଜ ଦିଆଯାଇଛି। ଏହି ପର୍ଯ୍ୟାୟରେ ୪୫ରୁ ୫୯ ବର୍ଷ ବୟସ ମଧ୍ୟରେ ବହୁବିଧ ରୋଗରେ ପୀଡିତ ୬୭ ଲକ୍ଷ ୩୧ ହଜାର ୨୨୩ ଜଣଙ୍କୁ ପ୍ରଥମ ଡୋଜ ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ୨ କୋଟି ୭୮ ଲକ୍ଷ ୫୯ ହଜାର ୯୦୧ଜଣଙ୍କୁ ଟିକାକରଣ କରାଯାଇଛି।

- Advertisement -

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଆସାମ, ଉତ୍ତରାଖଣ୍ଡ, ଓଡିଶା, ପୁଡୁଚେରୀ, ଲଦାଖ, ଦାଦ୍ରା ଓ ନଗର ହାଭେଳି, ଲାକ୍ଷାଦ୍ଵୀପ, ମଣିପୁର, ତ୍ରିପୁରା, ଶିକ୍କିମ, ମେଘାଳୟ, ମିଜୋରାମ , ଆଣ୍ଡାମାନ ନିକୋବର, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶରେ କୌଣସି କରୋନା ଜନିତ ମୃତ୍ୟୁ ହୋଇନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories