www.samajalive.in
Monday, December 15, 2025
26.1 C
Bhubaneswar

କରୋନା: ଭାରତରେ ୧୩୩୮୭ ଆକ୍ରାନ୍ତ ଓ ୪୩୭ ମୃତ, ୫ ରାଜ୍ୟରେ ୬୦%ରୁ ଅଧିକ ରୋଗୀ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଶୁକ୍ରବାର ପୂର୍ବାହ୍ନ ସୁଦ୍ଧା ୧୩ ହଜାର ୩୮୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୧ ହଜାର ୨୦୧ ଜଣ ଏବେ ଚିକିତ୍ସାଧୀନ ଥିବାବେଳେ ୧୮୪୮ ଜଣ ସୁସ୍ଥ ହୋଇଛନ୍ତି। ୪୩୭ ଜଣ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୋଟ ରୋଗୀଙ୍କ ମଧ୍ୟରୁ କେବଳ ୫ଟି ରାଜ୍ୟରେ ୬୦%ରୁ ଅଧିକ ଆକ୍ରାନ୍ତ ରହିଛି। ଏଗୁଡ଼ିକ ହେଲା ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ।

ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ସର୍ବାଧିକ ରହିଛି। ଏଠାରେ ରୋଗୀ ସଂଖ୍ୟା ୩୫୦୦ ଟପିଥିବାବେଳେ ଦିଲ୍ଲୀରେ ୧୭୦୦ ଅତିକ୍ରମ କରିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୯୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨ୟ ସର୍ବାଧିକ ରୋଗୀ ଚିହ୍ନଟ ହୋଇଥିବା ରାଜଧାନୀ ନୂଆଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୩୮ ରହିଛି। ତାମିଲନାଡୁରେ ଏଯାଏ ୧୨୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୫ ଜଣ ପ୍ରାଣ ହରାଇଛନ୍ତି। ୧୮୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ରାଜସ୍ଥାନରେ ୧୧୩୧ ଜଣ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ୧୬୪ ଜଣ ସୁସ୍ଥ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ମଧ୍ୟପ୍ରଦେଶରେ ୧୧୨୦ କରୋନା ରୋଗୀ ଠାବ ହୋଇଉନ୍ତି। ଏମାନଙ୍କ ମଧ୍ୟରୁ ୫୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୪ ଜଣ ସୁସ୍ଥ ହୋଇଛନ୍ତି।

- Advertisement -

ଏହାବ୍ୟତୀତ ଉତ୍ତରପ୍ରଦେଶରେ ୮୦୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୩ ମୃତ୍ୟୁ ଘଟିଛି। ଗୁଜରାଟରେ କରୋନା ଆକ୍ରାନ୍ତ ସଂଖ୍ୟା ୯୩୦ ରହିଥିବାବେ​‌ଳେ ୩୬ ଜଣ ପ୍ରାଣ ହରାଇଛନ୍ତି। ସେହିପରି ତେଲେଙ୍ଗାନାରେ ୭୦୦ ଏବଂ ଆନ୍ଧ୍ରପ୍ରଦଶେରେ ୫୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ପଡ଼ୋଶୀ ରାଜ୍ୟରେ ଯଥାକ୍ରମେ ୧୮ ଏବଂ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ କେରଳରେ ୩୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୪୫ ଜଣ ସୁସ୍ଥ ହୋଇଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories