www.samajalive.in
Saturday, December 6, 2025
14.1 C
Bhubaneswar

ମଇ ୨୫ ସୁଦ୍ଧା ଦେଶରେ ୨୦ କୋଟିରୁ ଅଧିକ ପାନ ଟିକାକରଣ

ନୂଆଦିଲ୍ଲୀ: ଦେଶରେ ଚଳିତ ମାସ ୨୫ ତାରିଖ ସୁଦ୍ଧା ୨୦ କୋଟିରୁ ଅଧିକ ପାନ ଟିକାକରଣ କରାଯାଇସାରିଛି। ଏହି ସମୟ ମଧ୍ୟରେ ମୋଟ ୨୦ କୋଟି ୪ ଲକ୍ଷ ୯୪ ହଜାର ୯୯୧ ପାନ କୋଭିଡ ଟିକା ଦିଆଯାଇସାରିଛି। ଇତିମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ତଳକୁ ହ୍ରାସପାଇଛି। ତାହାସହିତ କରୋନା ଜନିତ ଦୈନିକ ମୃତ୍ୟୁସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମଣରୁ ଆରୋଗ୍ୟ ହାର ୮୯.୨୬%କୁ ବୃଦ୍ଧିପାଇଛି। ଅନ୍ୟପକ୍ଷରେ ମୃତ୍ୟୁ ହାର ୧.୧୪% ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ଦେଶବ୍ୟାପୀ ତାଲାବନ୍ଦ ସହିତ କୋଭିଡ କଟକଣାକୁ କଡାକଡି ଭାବରେ ପାଳନ କରାଯିବା, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସର୍ଭେ ତଥା ନମୁନା ପରୀକ୍ଷା ବୃଦ୍ଧି କରାଯିବା ଦ୍ୱାରା ତାହା ସଂକ୍ରମଣ ସ୍ଥିତି ସୁଧାରିବାରେ ସହାୟକ ହେଉଥିବା ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories