www.samajalive.in
Monday, December 15, 2025
26.1 C
Bhubaneswar

ଜାତିସଂଘ ମହାସଚିବଙ୍କୁ ଭେଟିଲେ ଜୟଶଙ୍କର; ଟିକା ପ୍ରସଙ୍ଗରେ ହେଲା ଆଲୋଚନା

ଜାତିସଂଘ: ଭାରତର ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କର ମଙ୍ଗଳବାର ଦିନ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‍ଙ୍କୁ ସାକ୍ଷାତ କରି ତାଙ୍କ ସହିତ କୋଭିଡ-୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନମୂଳକ ପରିସ୍ଥିତି ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ମହାମାରୀର ମୁକାବିଲା ସକାଶେ ବିଶ୍ୱସ୍ତରରେ ଜରୁରୀକାଳୀନ ଭିତ୍ତିରେ ଏବଂ ଫଳପ୍ରଦ ଟିକାକରଣ ପ୍ରୟାସ ଉପରେ ଗୁରୁତ୍ୱ ଦେଇଛନ୍ତି। ଚଳିତ ବର୍ଷ ଜାନୁଆରୀରେ ଭାରତ ଜାତିସଂଘରେ ଏକ ଅସ୍ଥାୟୀ ସଦସ୍ୟ ଭାବରେ ପ୍ରବେଶ କରିବା ପରେ ଜାତିସଂଘ ମହାସଚିବଙ୍କ ସହିତ ଜୟଶଙ୍କରଙ୍କର ଏହା ପ୍ରଥମ ମୁହାଁମୁହିଁ ଆଲୋଚନା ଥିଲା। ଏହି ଅବସରରେ ଭାରତ ତାହାର ପଡୋଶୀମାନଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଆଞ୍ଚଳିକ ଚାଲେଞ୍ଜ, ଆତଙ୍କବାଦ ମୁକାବିଲା ଆଦି ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ଜୟଶଙ୍କର ଜାତିସଂଘ ମହାସଚିବଙ୍କ ସହିତ ଆଲୋଚନା କରିଥିଲେ। ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ରାଷ୍ଟ୍ରଦୂତଙ୍କ ସୂତ୍ରରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଜାତିସଂଘର ମହାସଚିବ କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହରକୁ ମୁକାବିଲା କରିବା କ୍ଷେତ୍ରରେ ଚାଲିଥିବା ପ୍ରୟାସରେ ଭାରତର ଜନସାଧାରଣଙ୍କ ପ୍ରତି ନିଜର ଦୃଢ ସମର୍ଥନ ବ୍ୟକ୍ତ କରିଥିଲେ। ଦୁଇପକ୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଏବଂ ବିଶ୍ୱସ୍ତରରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତର ଭୂମିକା ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିବା ଜଣାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories