ନୂଆଦିଲ୍ଲୀ: କରୋନା ମହାମାରୀ ଦିନକୁ ଦିନ ଅଧିକ ଘାତକ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିବା ସହିତ ପୁରୁଣା ରେକର୍ଡ ଭାଙ୍ଗିଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୩ ହଜାର ୮୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ଆଉ ୧୬୧୯ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି।
ଶନିବାର ତଥ୍ୟକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୦ ଲକ୍ଷ ୬୧ ହଜାର ୯୧୯କୁ ବୃଦ୍ଧି ପାଇଛି। ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୮ ହଜାର ୭୬୯ରେ ପହଞ୍ଚିଛି। ଦେଶରେ ଏବେ ୧୯ ଲକ୍ଷ ୨୯ ହଜାର ୩୨୯ ସକ୍ରିୟ ରୋଗୀ ରହିଥିବାବେଳେ ୧ କୋଟି ୨୯ ଲକ୍ଷ ୫୩ ହଜାର ୮୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଅନ୍ୟପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ୧୨ କୋଟି ୩୮ ଲକ୍ଷ ୫୨ ହଜାର ୫୬୬ ଜଣଙ୍କୁ କରୋନା ଟିକା ଦିଆଯାଇ ସାରିଛି। ଗତ କାଲି ୧୨ ଲକ୍ଷ ୩୦ ହଜାର ୭ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।



