www.samajalive.in
Sunday, December 14, 2025
23.1 C
Bhubaneswar

ଦ୍ୱିପାକ୍ଷିକ ବାଣିଜ୍ୟ ସହଯୋଗ ଆଲୋଚନା ପାଇଁ ଆବୁଧାବିରେ ଜୟଶଙ୍କର

ଆବୁଧାବି: ସଂଯୁକ୍ତ ଆରମ ଏମିରେଟ୍ସ ସହିତ ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗ ତଥା ପାରସ୍ପରିକ ଏବଂ ଆଞ୍ଚଳିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏଠାରେ ପହଞ୍ଚିଛନ୍ତି। ରବିବାର ଦିନ ସେ ଏଠାରେ ପହଞ୍ଚିବାପରେ ତାଙ୍କର ୟୁଏଇ ପ୍ରତିପକ୍ଷ ଶେଖ ଅବଦୁଲ୍ଲା ବିନ୍‍ ଜାୟେଦ ଅଲ ନାହ୍ୟାନଙ୍କୁ ସାକ୍ଷାତ କରିଛନ୍ତି। ଜୟଶଙ୍କର ଟ୍ୱିଟ୍‍ କରି କହିଛନ୍ତି ଯେ ଅବଦୁଲ୍ଲା ବିନ୍‍ ଜାୟେଦଙ୍କୁ ଭେଟି ସେ ଆନନ୍ଦିତ ଏବଂ ଆଗକୁ ଦୁଇପକ୍ଷ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମାହମୁଦ କ୍ୟୁରେଶି ମଧ୍ୟ ସଂପ୍ରତି ୟୁଏଇ ଗସ୍ତରେ ଅଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଭାରତ ଓ ପାକିସ୍ତାନ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ଆଲୋଚନା ପୁନଃ ଆରମ୍ଭ କରିବା ଦିଗରେ ୟୁଏଇ ପକ୍ଷରୁ ପ୍ରଚେଷ୍ଟା କରାଯାଉଛି।
ପୂର୍ବରୁ ଗତବର୍ଷ ମହାମାରୀ ସମୟରେ ନଭେମ୍ବର ୨୫ ଓ ୨୬ ତାରିଖ ଦୁଇଦିନ ପାଇଁ ଜୟଶଙ୍କର ୟୁଏଇ ଗସ୍ତ କରିଥିଲେ। ତାଙ୍କ ଗସ୍ତକାଳରେ ସେ ୟୁଏଇର ତାଙ୍କ ପ୍ରତିପକ୍ଷ ଅବଦୁଲ୍ଲା ବିନ୍‍ ଜାୟେଦଙ୍କୁ ସାକ୍ଷାତକରି ଦ୍ୱିପାକ୍ଷିକ ସମସ୍ତ ପ୍ରସଙ୍ଗୁଡିକ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ୟୁଏଇର ଆମେରିକାରେ ଥିବା ରାଷ୍ଟ୍ରଦୂତ ୟୁସଫ ଅଲ୍‍- ଓଟେବା ଗତ ସପ୍ତାହରେ କହିଥିଲେ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ଏବଂ ସେମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ପୁନଃ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ୟୁଏଇ ଭୂମିକା ଗ୍ରହଣ କରିଛି। ତାଙ୍କ ବିବୃତିର କିଛିଦିନ ପରେ ଜୟଶଙ୍କର ୟୁଏଇ ଗସ୍ତ କରିଛନ୍ତି।
ଓଟେବା ଷ୍ଟାନଫୋର୍ଡ ୟୁନିଭରସିଟିର ହୁଭର ଇନଷ୍ଟିଚ୍ୟୁସନରେ ଗତ ବୁଧବାର ଏକ ଭର୍ଚୁଆଲ ଆଲୋନାରେ ଯୋଗଦେଇ କହିଥିଲେ, ଭାରତ ଓ ପାକିସ୍ତାନ ହୁଏତ ଶ୍ରେଷ୍ଠ ବନ୍ଧୁ ହୋଇନପାରନ୍ତି, କିନ୍ତୁ ଆମେ ଚାହୁଁଛୁ ସେମାନେ ଏଭଳି ଏକ ସ୍ତରରେ ପହଞ୍ଚନ୍ତୁ ଯେଉଁଠି ସେମାନଙ୍କ ମଧ୍ୟରେ କାର୍ଯ୍ୟକାରିତାଗତ ସମ୍ପର୍କ ରହିପାରିବ, ଉଭୟ ଉଭୟଙ୍କ ସହିତ କଥାବାର୍ତ୍ତା କରିପାରିବେ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ କ୍ୟୁରେଶି ତିନିଦିନିଆ ୟୁଏଇ ଗସ୍ତରେ ଆସିଥିବାବେଳେ ସେ ଦେଶର ନେତୃବୃନ୍ଦଙ୍କ ସହିତ ବାଣିଜ୍ୟ ଓ ପୁଞ୍ଜିନିବେଶ ସହିତ ସମସ୍ତ ଦ୍ୱିପାକ୍ଷିକ ସହଯୋଗ ଉପରେ ଆଲୋଚନା କରିବେ। ତେବେ ସମାନ ସମୟରେ କ୍ୟୁରେଶି ଏବଂ ଜୟଶଙ୍କରଙ୍କ ଗସ୍ତକୁ ନେଇ ଏଠାରେ ସେମାନଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବା କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories