www.samajalive.in
Saturday, December 6, 2025
26.1 C
Bhubaneswar

ପାକିସ୍ତାନରେ ଦଙ୍ଗା, ୩ ମୃତ

ଲାହୋର: ଫ୍ରାନ୍ସରେ ପ୍ରଫେଟ ମହମ୍ମଦଙ୍କ ବ୍ୟଙ୍ଗଚିତ୍ର ପ୍ରକାଶନକୁ ନେଇ ପାକିସ୍ତାନରେ ଦଙ୍ଗା ସୃଷ୍ଟି ହୋଇଛି। ଦେଶରେ ପ୍ରତିବନ୍ଧିତ ସଂଗଠନ ତେହରିକ ଏଲବ୍ୟାକ ପାକିସ୍ତାନ (ଟିଏଲପି) ଲାହୋରରେ ହିଂସା ଘଟାଇଛି। ପୁଲିସ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଆକ୍ରୋଶର ଶିକାର ହୋଇଛି। ଦଙ୍ଗାକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି।

ହିଂସା ସମୟରେ ଟିଏଲପି କାର୍ଯ୍ୟକର୍ତ୍ତାମାନେ ୫ ପୁଲିସ କର୍ମଚାରୀଙ୍କୁ ଅପହରଣ କରିନେଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଡିଏସପି ବି ସାମିଲ ଅଛନ୍ତି। ଟିଏଲପି କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ପୁଲିସ ସୂଚନା ଅନୁସାରେ, ଟିଏଲପି କାର୍ଯ୍ୟକର୍ତ୍ତାମାନେ ଲାଠି, ପଥର ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ଧରି ଲାହୋରରେ ହିଂସା ଆରମ୍ଭ କରିଥିଲେ। ସେମାନଙ୍କୁ ଅଟକାଇବା ସମୟରେ ଦଙ୍ଗାକାରୀମାନେ ୫ ପୁଲିସ କର୍ମଚାରୀଙ୍କୁ ଅପହରଣ କରି ମରକଜକୁ ନେଇଯାଇଥିଲେ।

- Advertisement -

ଦଙ୍ଗାକାରୀମାନେ ଏକ ଥାନାକୁ ମଧ୍ୟ ନିଜ କବ୍‌ଜାକୁ ନେଇଯାଇଥିଲେ। ଶତାଧିକ ଦଙ୍ଗାକାରୀ ଥାନା ଭିତରେ ପଶି ପୁଲିସ କର୍ମଚାରୀମାନଙ୍କୁ ପଣବନ୍ଦୀ କରି ରଖିଥିଲେ। ହିଂସାରେ ୧୧ ପୁଲିସ କର୍ମଚାରୀ ଆହତ ହୋଇଥିଲେ।

ଟିଏଲପି ମୁଖପାତ୍ର ଶଫିକ ଅମିନ କହିଛନ୍ତି ଯେ, ପୁଲିସ ଲାହୋରର ଅନେକ ସ୍ଥାନରେ ତାଙ୍କ କାର୍ଯ୍ୟକର୍ତ୍ତାମାନଙ୍କୁ ମାଡ଼ ମାରିବା ଫଳରେ ହିଂସା ସୃଷ୍ଟି ହୋଇଛି। ୟତୀମଖାନା ଛକରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୁଲିସ ବିକ୍ଷୋଭକାରୀଙ୍କୁ ଆକ୍ରମଣ କରିଛି। ଅନେକ କାର୍ଯ୍ୟକର୍ତ୍ତା ଏଥିରେ ପ୍ରାଣ ହରାଇଛନ୍ତି। ଯେପର୍ଯ୍ୟନ୍ତ ଫ୍ରାନ୍ସ ରାଷ୍ଟ୍ରଦୂତ ପାକିସ୍ତାନ ଛାଡ଼ି ନାହାନ୍ତି ସେ ପର୍ଯ୍ୟନ୍ତ ମୃତଦେହ ସତ୍କାର କରାଯିବ ନାହିଁ ବୋଲି ସେ କହିଛନ୍ତି।

ଟିଏଲପି ଦାବି କରିଛି ଯେ, ପାକିସ୍ତାନ ଫ୍ରାନ୍ସ ସହିତ ସମସ୍ତ ପ୍ରକାର ବାଣିଜ୍ୟିକ ସମ୍ପର୍କ ଚ୍ଛିନ୍ନ କରୁ। କାରଣ ଫ୍ରାନ୍ସରେ ନିୟମିତ ଭାବେ ପ୍ରଫେଟ ମହମ୍ମଦଙ୍କ ବ୍ୟଙ୍ଗଚିତ୍ର ପ୍ରକାଶ କରାଯାଉଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories