www.samajalive.in
Saturday, December 6, 2025
23.1 C
Bhubaneswar

କୋଭିଡ ଟିକାରଣ ଅଭିଯାନ : ଟିକା ନେଲେଣି ୧୮.୨୨ କୋଟି

ନୂଆଦିଲ୍ଲୀ : ଦେଶରେ କୋଭିଡ ଟିକାରଣ ଅଭିଯାନ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏ ପର୍ଯ୍ୟନ୍ତ ୧୮ କୋଟି ୨୨ ଲକ୍ଷ ପାନ ଟିକା ଦିଆଯାଇ ସାରିଲାଣି। ୯୬ ଲକ୍ଷ ୪୨ ହଜାରରୁ ଊର୍ଦ୍ଧ୍ବ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ପାନ ଟିକା ନେଇଥିଲା ବେଳେ ୬୬ଲକ୍ଷରୁ ଊର୍ଦ୍ଧ୍ବ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ୧ କୋଟି ୪୪ ଲକ୍ଷରୁ ଊର୍ଦ୍ଧ୍ବ ସମ୍ମୁଖ ଯୋଦ୍ଧା ପ୍ରଥମ ପାନ ଟିକା ନେଇଥିଲା ବେଳେ ୮୧ଲକ୍ଷରୁ ଊର୍ଦ୍ଧ୍ବ ସମ୍ମୁଖ ଯୋଦ୍ଧା ଦ୍ୱିତୀୟ ପାନ ଟିକା ନେଇସାରିଲେଣି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ୧୭ଲକ୍ଷ ୩୩ ହଜାର ଲୋକଙ୍କୁ ଗତକାଲି କୋଭିଡ୍‍ ଟିକା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୧୧ଲକ୍ଷ ୧୯ହଜାର ଲୋକ ପ୍ରଥମ ପାନ ଟିକା ନେଇଥିଲା ବେଳେ ୬ଲକ୍ଷ ଲୋକ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ୧୮ରୁ ୪୪ ବର୍ଷ ମଧ୍ୟରେ ୫ଲକ୍ଷ ୫୮ ହଜାର ଲୋକ ଗତକାଲି ପ୍ରଥମ ପାନ ଟିକା ନେଇଛନ୍ତି। ଫଳରେ ଏ ପର୍ଯ୍ୟନ୍ତ ୧୮ରୁ ୪୪ ବର୍ଷର ୪୮ଲକ୍ଷ ୨୧ ଲୋକ ପ୍ରଥମ ପାନ ଟିକା ନେଇସାରିଲେଣି।
ଚଳିତ ମାସ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ରୁ ୪୪ ବର୍ଷ ମଧ୍ୟରେ ଲୋକମାନଙ୍କୁ ସାମିଲ କରାଯାଇଛି। ଦେଶରେ ୬୦ ବର୍ଷରୁ ଅଧିକ: ୩୯.୮%, ୪୫-୬୦ ବର୍ଷ: ୪୫.୪%, ୩୦-୪୫ ବର୍ଷ: ୯.୫%, ୧୮-୩୦ ବର୍ଷ: ୫.୩% ଟିକା ନେଇସାରିଲେଣି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories