www.samajalive.in
Saturday, December 6, 2025
16.1 C
Bhubaneswar

ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ; ଅଗଷ୍ଟ ୧୩ରେ ଶେଷହେବ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚଳିତ ଜୁଲାଇ ମାସ ୧୯ ତାରିଖରୁ ଆରମ୍ଭ ହେବ । ଏହା ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଲୋକ ସଭା ପକ୍ଷରୁ ଶୁକ୍ରବାର ଏକ ବିବୃତିରେ କୁହାଯାଇଛି । ଏଥିରେ କୁହାଯାଇଛି, ସପ୍ତଦଶ ଲୋକସଭାର ଷଷ୍ଠ ଅଧିବେଶନ ଆଗାମୀ ୧୯ରୁ ଆରମ୍ଭ ହେବ । ଅନୁରୂପ ଭାବେ ରାଜ୍ୟସଭା ଅଧିବେଶନ ମଧ୍ୟ ଜୁଲାଇ ୧୯ରୁ ଆରମ୍ଭ ହେବାନେଇ ରାଜ୍ୟସଭା ପକ୍ଷରୁ କୁହାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଅଧିବେଶନ ୧୯ରୁ ଡକାଇଛନ୍ତି ଏବଂ ଏହା ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ସଂସଦୀୟ ବ୍ୟାପାର ଉପରେ ଥିବା କ୍ୟାବିନେଟ କମିଟି (ସିସିପିଏ) ଗତ ମାସରେ ଏହି ତାରିଖରେ ସଂସଦର ଅଧିବେଶନ ଆୟୋଜନ ପାଇଁ ସୁପାରିଶ କରିଥିଲେ । ସୂଚନାଯୋଗ୍ୟ ଯେ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପରବର୍ତ୍ତୀ ସମୟରେ ଏହା ସଂସଦର ପ୍ରଥମ ଅଧିବେଶନ ହେବାକୁ ଯାଉଛି ।
ଏଥିସହିତ ସଂସଦର ଗତ ଅଧିବେଶନ ତୁଳନାରେ ଦେଶରେ କୋଭିଡ ସ୍ଥିତିରେ ଅନେକ ସୁଧାର ଆସିଛି । ଚଳିତ ବର୍ଷ ପ୍ରାରମ୍ଭରେ ଦ୍ୱିତୀୟ ଲହର ସମୟରେ ପରିଲକ୍ଷିତ ହେଉଥିବା ସଂକ୍ରମଣ ତୁଳନାରେ ସଂପ୍ରତି ଦୈନିକ ନୂଆ ସଂକ୍ରମଣ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି । ଦେଶରେ ଇତିମଧ୍ୟରେ ଟିକାକରଣ ଅଭିଯାନକୁ ମଧ୍ୟ ବ୍ୟାପକ କରାଯାଇଛି । ସଂସଦ ଅଧିବେଶନ ପୂର୍ବରୁ ସମସ୍ତ ସାଂସଦ ଏବଂ ସଂସଦର ସମସ୍ତ କର୍ମଚାରୀଙ୍କ ଟିକାକରଣ କାର୍ଯ୍ୟ ଶେଷ କରିବାକୁ ତ୍ୱରିତ ପଦକ୍ଷେପ ନିଆଯାଉଛି ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories