www.samajalive.in
Friday, November 14, 2025
18.1 C
Bhubaneswar

ମୌସୁମୀ ବୈଠକ: ୧୪୨୩. ୪୭ କୋଟି ଖର୍ଚ୍ଚରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା

ଭୁବନେଶ୍ବର: ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଛି ମୌସୁମୀ ବୈଠକ ୨୦୨୪। କେନ୍ଦ୍ର ସତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ଲୋକସେବା ଭବନରେ କେନ୍ଦ୍ର ପ୍ରାଣୀସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ପଶୁ ସମ୍ପଦ ବିକାଶ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ ମତ୍ସ୍ୟ ଚାଷକୁ ବ୍ୟାପକ କରିବା ପାଇଁ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ସୁଦୂରପ୍ରସାରୀ ବିକାଶ ଏବଂ ଏହାର ନିରନ୍ତରତା ବଜାୟ ରଖିବା ସମ୍ପର୍କରେ ବ୍ୟାପକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ଆଗାମୀ ୫ ବର୍ଷରେ ୧୪୨୩. ୪୭ କୋଟି ଟଙ୍କା ବ୍ୟୟବରାଦରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପ୍ରଣୟନ କରାଯିବ। କ୍ଷୁଦ୍ର ଦୁଗ୍ଧ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା, ଗୋଶାଳା ପ୍ରତିଷ୍ଠା, ସବସିଡିଯୁକ୍ତ ଗୋଖାଦ୍ୟ ଯୋଗାଇବା, ପଶୁପାଳନ ବୀମା ଅଧୀନରେ କଭରେଜ୍ ବୃଦ୍ଧି ଏବଂ ଦୁଗ୍ଧ ସମବାୟ ସମିତିକୁ ମଜବୁତ କରିବାରେ ସହାୟକ ହେବ ଏହି ଯୋଜନା।

ଏହା ବ୍ୟତୀତ ଗାଈଗୋରୁଙ୍କ ସ୍ଵାସ୍ଥ୍ୟ ଓ ଚିକିତ୍ସା ପାଇଁ ଗୋ ମାତା ଯୋଜନା ଲାଗୁ ହେବା ସହ ବୁଲା ଗାଈଗୋରୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ପ୍ରଣୟନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିସହ ୧୯୬୦ ମସିହାରେ ପ୍ରଣୟନ ହୋଇଥିବା ଓଡ଼ିଶା ଗୋହତ୍ୟା ନିରାକରଣ ଆଇନକୁ ସଂଶୋଧନ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଜାତୀୟ ଦୁଗ୍ଧ ଉତ୍ପାଦନ ଉନ୍ନୟନ ବୋର୍ଡ଼(ଏନଡିଡିବି) ସହ ରାଜ୍ୟ ସରକାର ବୁଜାମଣା ପତ୍ର ସ୍ଵାକ୍ଷର କରିଛନ୍ତି। ଏନଡିଡିବି ବ୍ରହ୍ମପୁରଠାରେ ପଶୁ ଟିକା ଉତ୍ପାଦନ କେନ୍ଦ୍ର ଏବଂ ଭୁବନେଶ୍ଵରରେ ପଶୁ ଖାଦ୍ୟ ମାନ ନିର୍ଦ୍ଧାରଣ ପରୀକ୍ଷାଗାର ପ୍ରତିଷ୍ଠା କରାଯିବ। ଏହା ସହିତ କୁକୁଡ଼ା ଏବଂ କ୍ଷୁଦ୍ର ପ୍ରାଣୀ ଉତ୍ପାଦନ ବୃଦ୍ଧି ପାଇଁ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

ବିହାର ମତଗଣନା: ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗରେ ଏନଡ଼ିଏ, ବହୁତ ପଛରେ ମହାଗଠବନ୍ଧନ

ଡେସ୍କ: ବିହାର ବିଧାନସଭା ନିର୍ବାଚନ-୨୦୨୫ରେ ୧୯୫୧ ପରଠାରୁ ମତଦାନ ରେକର୍ଡ ଭାଙ୍ଗିଛି।...

ବିହାରରେ ଏନଡିଏକୁ ଦୁଇ ତୃତୀୟାଂଶ ସିଟ୍, ବିଜେପି ନେତା କହିଲେ ଆଗକୁ ପଶ୍ଚିମବଙ୍ଗ ମଧ୍ୟ ଜିତିବୁ

ପାଟଣା: ବିହାର ବିଧାନସଭା ନିର୍ବାଚନ ୨୦୨୫ର ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି।...

ତୃତୀୟ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୪୩୭୦ ଭୋଟ୍

ନୂଆପଡା: ନୂଆପଡା ଉପନିର୍ବାଚନ ଫଳାଫଳ । ବର୍ତ୍ତମାନ୍ ସୁଦ୍ଧା ବିଜେପି ପ୍ରାର୍ଥୀ...

ବିହାର ଜନାଦେଶ: ୧୬୦ସିଟରେ ଆଗୁଆ ଏନଡିଏ, ୭୯ସିଟରେ ମହାମେଣ୍ଟ ଆଗୁଆ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର...

ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ

ନୂଆପଡା : ଆଜି ନୂଆପଡା ଉପନିର୍ବାଚନ ଫଳାଫଳ । ବର୍ତ୍ତମାନ୍ ସୁଦ୍ଧା...

Related Articles

Popular Categories