www.samajalive.in
Sunday, December 14, 2025
16.1 C
Bhubaneswar

ମଙ୍କି ପକ୍ସ ନାହିଁ; ଭୟଭୀତ ନ ହେବାକୁ ପରାମର୍ଶ

ଭୁବନେଶ୍ୱର: ଚିନ୍ତା ବଢାଉଛି ନୂଆ ରୋଗ। ଗତ ଦୁଇ ବର୍ଷ ହେବ କରୋନା ଯୋଗୁଁ ଲୋକେ ଆତଙ୍କିତ ଥିଲେ। ଏବେ ସ୍ଥିତିରେ ସୁଧାର ଆସିଛି। ଯଦିଓ ଏନେଇ କୌଣସି ଔଷଧ ବାହାରି ନାହିଁ ତଥାପି ପ୍ରତିଷେଧାତ୍ମକ ପାନ କବଜ ସାଜିଛି। ନିକଟରେ ଟମାଟୋ ଫ୍ଲୁ ନେଇ ଚିନ୍ତା ବଢିଥିବାବେଳେ ପୁଣି ଆତଙ୍କ ସୃଷ୍ଟି କରିଛି ମଙ୍କି ପକ୍ସ। ମଙ୍କି ପକ୍ସ ଏଯାଏଁ ଭାରତରେ ଚିହ୍ନଟ ହୋଇନାହିଁ ତେଣୁ ଭୟଭୀତ ନ ହୋଇ ସତର୍କ ରହିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି। ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ଏହି ନୂଆ ଭୂତାଣୁ। ଆମେରିକା ଓ ବ୍ରିଟେନ ସମେତ ଏକାଧିକ ଦେଶରେ ମଙ୍କି ପକ୍ସ ଭୂତାଣୁ ବ୍ୟାପିବାରେ ଲାଗିଛି। ବ୍ରିଟେନ୍ ଓ ଆମେରିକା ପରେ ଫ୍ରାନ୍ସ, ଇଟାଲୀ, ସ୍ୱିଡେନ୍, କାନାଡା, ଅଷ୍ଟ୍ରେଲିଆ, ସ୍ପେନ୍ ଓ ପର୍ତ୍ତୁଗାଲରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ବିଶ୍ୱର ୧୧ଟି ଦେଶରୁ ୮୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି। ମଙ୍କି ପକ୍ସ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କେନ୍ଦ୍ର ସରକାର ସବୁ ରାଜ୍ୟକୁ ନିର୍ଦେଶନାମା ଜାରି କରିଛନ୍ତି। ସତର୍କ ରହିବାକୁ କହିଛନ୍ତି। ଭାରତରେ ମଙ୍କି ପକ୍ସ ଚିହ୍ନଟ ହୋଇନାହିଁ। ମଙ୍କି ପକ୍ସ ଭଳି କିଛି ଲକ୍ଷଣ ଥିଲେ ଅର୍ଥାତ ଜ୍ୱର ହେବା, ଦେହ ମୁଣ୍ଡ ବ୍ୟଥା ହେବା ଓ ଦେହସାରା ଫଳି ଯିବା, ଘା’ ହେବା, ଏସବୁ ଲକ୍ଷଣ ଦେଖାଦେଲେ ପୁନେକୁ ପରୀକ୍ଷା ଲାଗି ନମୁନା ପଠାଯିବ। ରିପୋର୍ଟ ଆସିବା ପରେ ସେ ବିଷୟରେ ଜଣାପଡ଼ିବ। ଅନ୍ୟପକ୍ଷରେ ଟମାଟୋ ଫ୍ଲୁ ଉପରେ ମତ ଦେଇ ସେ କହିଲେ ଯେ, ଟମାଟୋ ଫ୍ଲୁ ନାମକ ରୋଗ ଡାକ୍ତରୀ ବିଦ୍ୟାରେ କିଛି ନାହିଁ। ଏପର୍ଯ୍ୟନ୍ତ ସେଭଳି କିଛି ଘଟଣା ଆସିନାହିଁ କି ନମୁନା ସଂଗ୍ରହ ହୋଇନାହିଁ। ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୈଠକ ହୋଇଛି। ଏପର୍ଯ୍ୟନ୍ତ କିଛି ଜଣାପଡ଼ି ନାହିଁ। ତେଣୁ ଭୟଭୀତ ହେବାର ଆଶଙ୍କା ନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories