www.samajalive.in
Sunday, December 14, 2025
19.1 C
Bhubaneswar

ମାଟିଖାଲ ଗାଁରେ ପୁଲିସ ଗ୍ରାମବାସୀ ମୁହାଁମୁହିଁ; ୬ ଜଣଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର: ମାଟିଖାଲ ଗାଁରେ ମାଲକାନଗିରି ପୁଲିସ ଓ ଗ୍ରାମବାସୀ ମୁହାଁମୁହିଁ ହେବା ଘଟଣାରେ ୬ଜଣ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି । ପୁଲିସର ସୂଚନା ଅନୁଯାୟୀ ୧୦ଜଣଙ୍କ ନାଁରେ ଏନେଇ ମାମଲା ରୁଜୁ କରିଥିଲା ମାଲକାନଗିରି ପୁଲିସ । ସେଥିମଧ୍ୟରୁ ୬ଜଣ ଅଭିଯୁକ୍ତ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀ  ଗତ ୧୩ ତାରିଖ ରାତିରେ ୩୦ଜଣିଆ ପୁଲିସ ଟିମ୍‌ ଗଞ୍ଜେଇ ଧରିବାକୁ ଗାଁରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ପୁଲିସ ଓ ଗାଁ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ପରେ ପୁଲିସ ଗାଁର ୧୦ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା । ମାମଲା ରୁଜୁ ପରେ ଅଭିଯୁକ୍ତ ମାନେ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛନ୍ତି କୋରାପୁଟ ଅତିରିକ୍ତ ଏସପି । ତାହା ଛଡ଼ା ଏସପି ଆହୁରି ମଧ୍ୟ କହିଛନ୍ତି  ଏହି ଘଟଣାରେ ୩୦ରୁ ଅଧିକ ଲୋକଙ୍କ ସମ୍ପୃକ୍ତି ରହିଛି ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories