www.samajalive.in
Monday, December 15, 2025
26.1 C
Bhubaneswar

ଚା’ ଦୋକାନରେ ମାଙ୍କଡ଼ ଧୋଉଛି କପ-ପ୍ଲେଟ୍ : ଲୋକେ କହିଲେ ‘ଏମ୍ପ୍ଲଇ ଅଫ୍ ଦି ମନ୍ଥ୍’, ଭିଡିଓ ଭାଇରାଲ

ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଖୁସି ହୋଇ କମେଣ୍ଟ ମଧ୍ୟ କରୁଛନ୍ତି। ଏହି ଭିଡିଓର ଏକ ମାଙ୍କଡ଼କୁ ବାସନ ଧୋଉଥିବା ଦେଖିବାକୁ ମିଳିଛି।

ଗୋଟିଏ ଚା’ ଦୋକାନରେ ମାଙ୍କଡ଼ଟି ମଣିଷ ଭଳି ସୁନ୍ଦର ଭାବେ କପ୍ ପ୍ଲେଟ ଧୋଉଛି। ଏହି ଭିଡିଓକୁ ସର୍ବପ୍ରଥମେ ଇନଷ୍ଟାଗ୍ରାମରେ ଜଣେ ବ୍ୟକ୍ତି ଶେୟାର କରି କ୍ୟାପ୍ସନରେ ଲେଖିଥିଲେ, “ସମସ୍ତଙ୍କୁ କଠୋର ପରିଶ୍ରମ କରିବା ଆବଶ୍ୟକ”। ଭିଡିଓରେ ଶାହରୁଖ ଖାନଙ୍କ କଣ୍ଠରେ ବଲିଉଡ଼ ଚଳଚ୍ଚିତ୍ର ‘ରଇସ୍’ର ଏକ ଡାଏଲଗ୍ ଶୁଣିବାକୁ ମିଳିଛି। ଡାଏଲଗଟି ହେଉଛି, “ମାଆ କହେ କୌଣସି କାମ ଛୋଟ ନୁହେଁ ଓ କାମଠୁ ବଡ଼ କୌଣସି ଧର୍ମ ନୁହେଁ”।

- Advertisement -

ଭିଡିଓ ଆରମ୍ଭରେ ଏକ ଚା’ ଦୋକାନ ଦେଖିବାକୁ ମିିଳିଛି ଓ ସେଠାରେ ଉପସ୍ଥିତ ଥିବା ଲୋକେ କୌତୁହଳପୂର୍ବକ ମାଙ୍କଡ଼ ବାସନ ଧୋଉଥିବାର ଦେଖୁଛନ୍ତି। ମାଙ୍କଡ଼ଟି ଟେବୁଲ ଉପରେ ବସି ଧଳା ପ୍ଲେଟକୁ ପାଣି ଭର୍ତ୍ତି ଥିବା ପାତ୍ରରେ ବୁଡ଼ାଉଛି ଓ ତା’ପରେ ତାକୁ ସଫା କରୁଛି। କେବଳ ଏତିକି ନୁହେଁ ଭିଡିଓର ଶେଷ ଭାଗରେ ଦେଖାଯାଉଛି ଯେ, ପ୍ଲେଟ ଭଲ ଭାବେ ସଫା ହୋଇଛି କି ନାହିଁ ତାହା ଜାଣିବା ପାଇଁ ମାଙ୍କଡ଼ଟି ଧୋଇସାରିବା ପରେ ପ୍ଲେଟକୁ ଶୁଙ୍ଘୁଛି।

ମାଙ୍କଡ଼ର ଏହି ଭାଇରାଲ ଭିଡିଓ ଲୋକଙ୍କ ଚେହେରାରେ ହସ ଫୁଟାଇଛି ଏବଂ ଲୋକେ ଏଥିରେ ମଜାଳିଆ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, “ମଣିଷଙ୍କୁ ମଧ୍ୟ ଏହି ମାଙ୍କଡ଼ ଭଳି ଦୁଇ ବେଳା ରୁଟି ପାଇଁ କାମ କରିବା ଆବଶ୍ୟକ”। ଅନ୍ୟ ଜଣେ ଲେଖିଛନ୍ତି, “ଚଳିତ ମାସର ଏମ୍ପ୍ଲଇ ଅଫ୍ ଦି ମନ୍ଥ୍ ଏହି କର୍ମଚାରୀ ହେବ”।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories