www.samajalive.in
Monday, December 8, 2025
14.1 C
Bhubaneswar

ଗୋଡା କାଜୁ ଜଙ୍ଗଲ ଭିତରେ ଅସୁସ୍ଥ ହାତୀର ଚିକିତ୍ସା ଚାଲିଛି 

ବେଗୁନିଆ: ବେଗୁନିଆ ବ୍ଲକ ଅଂଚଳରେ ଥିବା ବିଭିନ୍ନ ଜଙ୍ଗଲରେ ବହୁ ବଣୁଆ ହାତୀ ନିୟମିତ ରହି ଲୋକମାନଙ୍କ ଜୀବନ ହାନି କରୁଥିବାବେଳେ ଘରଦ୍ୱାର ଭାଙ୍ଗି ବ୍ୟାପକ ଫସଲ ଉଜାଡି ଦେଉଛନ୍ତି । ବିଭିନ୍ନ ସମୟରେ ସେହି ହାତୀଗୁଡିକ ଗ୍ରାମାଭିମୁଖୀ ହୋଇ ଲୋକମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ହାତୀଗୁଡିକୁ ଏହି ଅଞ୍ଚଳରୁ ସ୍ଥାୟୀ ଭାବେ ସ୍ଥାନାନ୍ତର କରିବା କ୍ଷେତ୍ରରେ ବନ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ ସେମାନଙ୍କ ଯୋଗୁ ବହୁ ଧନ ଜୀବନ ନଷ୍ଟ ହେଉଥିବାବେଳେ ଲୋକମାନେ ମଧ୍ୟ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି। ଏବେ ଗତ କିଛି ଦିନ ହେବ ଏକ ଦନ୍ତା ହାତୀର ଆଗପଟ ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଅସୁସ୍ଥ ହୋଇ ଠିକ ଭାବେ ଚାଲିପାରୁନଥିବା ବେଳେ ଏ ଜଙ୍ଗଲରୁ ସେ ଜଙ୍ଗଲ ଘୁରି ବୁଲୁଛି । ଗତକାଲି ଭୋର ସମୟରେ ହାତୀଟି ଦେଉଳି ପଞ୍ଚାୟତ ଅଧିନ ଗୋଡାସ୍ଥିତ ବାବା ଲୋକନାଥଦେବଙ୍କ ମନ୍ଦିର ପରିସରରେ ପଶି ପଣସ ଖାଇବା ପାଇଁ ଚେଷ୍ଟା କରୁଥିବାବେଳେ ଲୋକମାନେ ପାଟି କରିବାରୁ ହାତୀଟି ଠାକୁରଙ୍କର ପ୍ରାୟ ୧୦୦ଫୁଟରୁ ଉର୍ଧ୍ଵ ଲମ୍ବର ପାଚେରୀ ଭାଙ୍ଗି ନିକଟସ୍ଥ ଗୋଡା କାଜୁ ଜଙ୍ଗଲ ଭିତରେ ପସିଯାଇଥିଲା । ଖବର ପାଇ ଖୋର୍ଦ୍ଧା ଏବଂ ଟାଙ୍ଗି ବନ ବିଭାଗ କର୍ମଚାରୀମାନଙ୍କ ସହିତ ୩ ଜଣ ଡାକ୍ତର ଅପରାହ୍ନ ରେ ଆସି ଘଟଣାସ୍ଥଳରେ ପଂହଁଚି ଥିଲେ । ପ୍ରଥମେ ହାତୀକୁ ଠାବ କରାଯାଇ ଗୋଟିଏ ଟ୍ର।ଙ୍କୁଲାଇଜର ଦେବା ପରେ ସେ ସେଠାରୁ ପଳାଇଯାଇଥିଲା । ପରେ ତାକୁ ଠାବ କରାଯାଇ ଅନ୍ୟ ଏକ ଟ୍ରାଙ୍କୁଲଓଇଜର ରାତି ୮ ଟାରେ ଦିଆଯିବା ପରେ ଆଉ ସେ ହଲଚଲ ନ ହୋଇ ଠିଆ ହୋଇ ରହିଥିଲା ।

ବନବିଭାଗ କର୍ମଚାରୀମାନେ ତାର ପଛ ଦୁଇ ଗୋଡ଼କୁ ଦୁଇ ପଟକୁ ବାନ୍ଧି ରାତି ୮.୩୦ ରୁ୧୦ ଟା ପର୍ୟ୍ୟନ୍ତ ତାର ଚିକିତ୍ସା କରାଯାଇଥିଲା । ତାକୁ ପ୍ରାୟ ୫୦/୬୦ ଟି ଇଂଜେକସନ ଦିଆଯାଇଥିବାର ଏବଂ ଆଜି ସକାଳ ୬.୩୦ମିନିଟ ସମୟରେ ସେ ବେହୋସ ହୋଇ ତଳେ ପଡିଯାଇଥିବାର ପ୍ରତ୍ୟକ୍ଷଦର୍ଶୀମାନଙ୍କ ଠାରୁ ଜଣାପଡିଛି । ତାପରେ ଅଧ ଘଣ୍ଟା ପରେ ସେ ଉଠି ଠିକ ଭାବରେ ଚାଲି ପାରୁନଥିବାବେଳେ ଲୋକମାନଙ୍କୁ ଦେଖିଲେ ଜଙ୍ଗଲ ଭିତରକୁ ଚାଲିଯାଉଛି । ସେ ଏବେ ଠିକ ଭାବେ ଚାଲିପାରୁ ନ ଥିବା ଯୋଗୁଁ ସେହି ଜାଗାର ୫୦୦ ମିଟର ଭିତରେ ରହୁଛି । ଗତକାଲି ରାତିରେ ସେଠାରେ ୩ ଜଣ ବନ କର୍ମଚାରୀ ଥିବାବେଳେ ଆଜି ୭/୮ ଜଣ କର୍ମଚାରୀଙ୍କ ସହିତ ଜଣେ ଡାକ୍ତର ମଧ୍ୟ ଘଟଣାସ୍ଥଳରେ ଥିବାର ଜଣାପଡିଛି । ସେ ଜଙ୍ଗଲ ବାହାରକୁ ଅସୁନଥିବାବେଳେ ଏବଂ ଭୟରେ କେହି ତା ପାଖକୁ ଯାଉ ନଥିବାରୁ ତା ପାଇଁ ନିଆଯାଇଥିବା ପାଚିଲା କଦଳୀ କାନ୍ଧିଟିକୁ କର୍ମଚାରୀମାନେ ଧରି ବସିଛନ୍ତି । ଏବେ ସୁଦ୍ଧା ହାତୀଟି ସୁସ୍ଥ ନ ହୋଇ ସେହି ଜାଗାରେ ଥିବାର ଜଣାପଡ଼ିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories