www.samajalive.in
Saturday, December 6, 2025
26.1 C
Bhubaneswar

ପଛ ପକେଟରେ ମନିପର୍ସ ରଖୁଥିଲେ ସାବଧାନ, ହୋଇପାରେ ଅଣ୍ଟା ସମସ୍ୟା

ସାଧାରଣତଃ ଅଧିକାଂଶ ପରୁଷ ଜିନ୍ସ ହେଉ କିମ୍ବା ଟ୍ରାଉଜର୍ ପ୍ୟାଣ୍ଟର ପଛ ପକେଟରେ ମନିପର୍ସ ରଖିବାକୁ ଉଚିତ୍ ମଣନ୍ତି। ତେବେ ଚୋର ଭୟରେ କେତେଜଣ ସାର୍ଟ ପକେଟରେ ଏବେ ମନିପର୍ସ ରଖୁଥିବାର ଦେଖାଯାଉଛି। ତେବେ ପ୍ୟାଣ୍ଟ ପଛ ପକେଟରେ ମନିପର୍ସ ରଖୁଥିବା ଲୋକେ ବେଳହୁଁ ସାବଧାନ ହେବା ଉଚିତ।

ୱାଟର ଲୁ’ ବିଶ୍ବବିଦ୍ୟାଳୟର ଗବେଷକଦଳ ବିଭିନ୍ନ ବର୍ଗର ୧୦ ହଜାରରୁ ଅଧିକ ଲୋକଙ୍କୁ ନେଇ ଏକ ଗବେଷଣା କରିଥିଲେ। ଏହି ବର୍ଗର ଲୋକେ ନିଜ ମନିପର୍ସରେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ସହ ଟଙ୍କା ମଧ୍ୟ ରଖୁଥିଲେ। ପ୍ୟାଣ୍ଟ ପଛ ପକେଟରେ ଏହି ପର୍ସ ରଖି ସେମାନେ ଦୈନଦିନ କାମ ମଧ୍ୟ କରନ୍ତି। ଏହି ପର୍ସ ରଖିବା କାରଣରୁ ଅଣ୍ଟା ହାଡ଼ ବିନ୍ଧା ସମସ୍ୟା କିଛିଦିନ ମଧ୍ୟରେ ଉପୁଜୁଥିବାର ଲକ୍ଷ୍ୟ କରାଗଲା।

- Advertisement -

ପ୍ରାୟ ୬-୯ ମାସ ପର୍ୟ୍ୟନ୍ତ ଏହି ଗବେଷଣା କରାଯାଇଥିଲା। ବିଭିନ୍ନ କାର୍ଡ ଓ ଟଙ୍କା ରଖିବା କାରଣରୁ ପର୍ସର ଆକାର ମୋଟା ହୋଇଥାଏ। ଏଣୁ ବସିବା ସମୟରେ ଶରୀରର ଅଣ୍ଟା ପାଖରେ ଚାପ ପଡ଼ିଥାଏ, ଯାହା ପରବର୍ତ୍ତୀ ସମୟରେ ଅଣ୍ଟା ବିନ୍ଧା ସମସ୍ୟାର କାରଣ ହୋଇଥାଏ ବୋଲି ଜଣାପଡ଼ିଛି।

ଦିଲ୍ଲୀର ନାମକରା ବିଶେଷଜ୍ଞ କୌଶଲ ମିଶ୍ର ମଧ୍ୟ ଏ ସଂକ୍ରାନ୍ତରେ ଲୋକଙ୍କୁ ଅବଗତ କରାଇଛନ୍ତି। ମନିପର୍ସ ପ୍ୟାଣ୍ଟ ପଛ ପକେଟରେ ରଖିଲେ ସେଭଳି କିଛି ଅସୁବିଧା ହୁଏନାହିଁ। ତେବେ ଏହାକୁ ରଖିବା ସହ ସେହିଭଳି ଭାବେ ବସି ଘଣ୍ଟାଘଣ୍ଟା କାମ କଲେ ହିଁ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ। ଏଣୁ ପୁରୁଷ ବର୍ଗ ଏବେଠାରୁ ସଚେତନ ହୋଇଯିବା ଜରୁରୀ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories