ବାଲେଶ୍ୱର: ବାଲେଶ୍ୱର ଜିଲା ରସାଳପୁର ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ଭଉଣୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ, ଦୁଇ ଭଉଣୀ ପୋଖରୀକୁ ଗାଧୋଇବାକୁ ବୁଡ଼ି ଯାଇଥିଲେ। ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ବହୁ ଉଦ୍ୟମ କରି ସେମାନଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ନେଇଥିଲେ। ମାତ୍ର ସେଠାରେ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଏପରି ଏକ ଦୁଃଖଦ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Popular Categories



