ଜନ୍ମଦିନ କେକ୍ ପାଲଟିଲା ଏଟିଏମ୍, ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ : ଜନ୍ମଦିନରେ ସମସ୍ତେ କେକ୍ କାଟିବାକୁ ପସନ୍ଦ କରନ୍ତି । ସାମାଜିକ ଗଣମାଧ୍ୟମରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀ ନିଜ ଜନ୍ମଦିନରେ କେକ୍ କାଟୁଛନ୍ତି । କିନ୍ତୁ କେକରୁ ଟଙ୍କା ବାହାରୁଛି । ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।
View this post on Instagram
ଭିଡିଓରେ ନଜର ଆସୁଛି କି ଜଣେ ଯୁବତୀ ନିଜ ଜନ୍ମ ଦିନରେ କେକ୍ କାଟୁଛନ୍ତି । ପାଖରେ ତାଙ୍କ ବନ୍ଧୁମାନେ ଅଛନ୍ତି । ଏହି ସମୟରେ କେକରୁ ଗୋଟେ ପରେ ଗୋଟେ ୫୦୦ ଟଙ୍କାର ନୋଟ୍ ବାହାରୁଛି । ପ୍ରାୟ ୩୦ଟି ୫୦୦ ଟଙ୍କିଆ ନୋଟ୍ ଅର୍ଥାତ୍ ପ୍ରାୟ ୧୫ ହଜାର ଟଙ୍କା କେକ୍ ଭିତରୁ ବାହାରୁଛି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହାକୁ ଲାଇକ୍ କରିବା ସହ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । ସମସ୍ତଙ୍କୁ ଏହି କେକ୍ ପସନ୍ଦ ଆସିଛି । ସମସ୍ତେ ସେହି ଯୁବତୀଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି ।
Comments are closed.