ଛାତ୍ରୀଙ୍କ ଶିକ୍ଷାରେ ବାଧକ ସାଜିଛି ଅର୍ଥ
ଭଞ୍ଜନଗର: ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ଲକ୍ଷ ରଖିଥିବା ଜଣେ ଛାତ୍ରୀଙ୍କ ଶିକ୍ଷାରେ ବାଧକ ସାଜିଛି ଅର୍ଥ ଅଭାବ । ଗଂଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ୍ ଅନ୍ତର୍ଗତ କୋକଳବା ଗ୍ରାମର ଜଣେ ବାପା ମାଆ ଛେଉଣ୍ଡ କଲେଜ ଛାତ୍ରୀ ପ୍ରିଲତା ଦଳବେହେରା(୧୮) । ସେ ଉଚ୍ଚଶିକ୍ଷା ଲାଭ ପାଇଁ ସହାୟତା ଯୋଗାଇଦେବା ପାଇଁ ଭଂଜନଗର ଉପଜିଲାପାଳଙ୍କୁ ଅନୁରୋଧ କରିଛନ୍ତି । ୨୦୧୫ ଅକ୍ଟୋବର ୧୯ ରେ ପିତା, ମାତାଙ୍କ ମୃତ ପ୍ରମାଣପତ୍ର ଜଗନ୍ନାଥପ୍ରସାଦ ତହସିଲରେ ଦେଖାଇ ଏକ ସରକାରୀ ପ୍ରମାଣପତ୍ର ପାଇଥିଲେ । ଏହାକୁ ଦେଖାଇ ପ୍ରିୟଲତା ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ +୨ କଳାରେ ବିନା ଫିସରେ ଅଧ୍ୟୟନ କରିଛନ୍ତି । କିନ୍ତୁ ବର୍ତମାନ ସେ ଭଂଜନଗର ସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ +୩ କଳାରେ ନାମ ଲେଖାଇଛନ୍ତି । କିନ୍ତୁ କଲେଜ ଅଧ୍ୟକ୍ଷା ଉକ୍ତ ସହକାରୀ ପ୍ରମାଣପତ୍ରକୁ ଗ୍ରହଣ କରିବା ପାଇଁ ମନା କରିବା ସହ କୌଣସି ଫିସ ଛାଡ଼ ହେବନାହିଁ ବୋଲି ଜଣାଇଛନ୍ତି । ଯାହାଫଳରେ ପରିବାରିକ ଆର୍ଥକ ସ୍ଥିତି ମଧ୍ୟ ସ୍ୱଚ୍ଛଳ ନଥିବାରୁ ସେ ଶିକ୍ଷାରୁ ବଞ୍ଚିତ ହେବା ସହ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଏସଂପର୍କରେ ପ୍ରିୟଲତା ଭଂଜନଗର ଉପଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଜଣାଇବାରୁ ଶ୍ରୀ ସେଠୀ ଏ ଦିଗରେ ସାହାଯ୍ୟ ଓ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।