www.samajalive.in
Friday, December 5, 2025
20.1 C
Bhubaneswar

ଯଦି ଦେଖାଦିଏ ଏହି ପାଞ୍ଚଟି ସଙ୍କେତ, ଜାଣନ୍ତୁ ଖୁବ୍‍ଶୀଘ୍ର ହେବେ ଧନୀ

ପୁରାଣରେ କୁହାଯାଇଛି ଯେ ଯଦି କାହା ଉପରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଥାଏ, ତେବେ ତା’ ଘରେ କେବେହେଲେ ଧନ-ବୈଭବର ଅଭାବ ହୋଇ ନଥାଏ। ତା’ସହ ଏହା ମଧ୍ୟ କୁହାଯାଏ ଯେ ମାତା ଲକ୍ଷ୍ମୀ ଗୋଟିଏ ସ୍ଥାନରେ ଅଧିକ ଦିନ ରହି ନଥାଆନ୍ତି। ଦେବୀ ଲକ୍ଷ୍ମୀ ଚଞ୍ଚଳା ଅଟନ୍ତି।

ମାତା ଲକ୍ଷ୍ମୀଙ୍କର ଆପଣଙ୍କ ଉପରେ କୃପା ହେବାର ପ୍ରଥମ ସଙ୍କେତ ହେଉଛି, ଯେତେବେଳେ ଆପଣଙ୍କ ଆଖପାଖରେ ହଠାତ୍‍ ସବୁଜିମାପୂର୍ଣ୍ଣ ଜିନିଷ ଦେଖିବାକୁ ମିଳେ, ସେତେବେଳେ ଜାଣନ୍ତୁ ଆପଣ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଯାଉଛନ୍ତି।

- Advertisement -

ଝାଡ଼ୁ ଓ ମାତା ଲକ୍ଷ୍ମୀଙ୍କର ଗଭୀର ସମ୍ପର୍କ ରହିଛି। ଯଦି ସକାଳୁ-ସକାଳୁ ଆପଣଙ୍କୁ କେହି ଝାଡ଼ୁ ଲଗାଉଥିବାର ଦେଖିବାକୁ ମିଳେ ତେବେ ଜାଣନ୍ତୁ ଆପଣ ଖୁବ୍‍ ଶୀଘ୍ର ଧନୀ ହେବାକୁ ଯାଉଛନ୍ତି।

ଶଙ୍ଖର ଧ୍ୱନି ଶୁଣିବାକୁ ମିଳିବା ମଧ୍ୟ ଆପଣଙ୍କ ଗୃହକୁ ଲକ୍ଷ୍ମୀଙ୍କ ଆଗମନୀର ସଙ୍କେତ ହୋଇଥାଏ। ଯଦି ଆପଣଙ୍କ ସହ ଏପରି ହେଉଛି ତେବେ ଜାଣନ୍ତୁ ଖୁବ୍‍ ଶୀଘ୍ର ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି।

ସକାଳୁ-ସକାଳୁ ଆଖୁ ଦେଖିବା ବହୁତ ଶୁଭ ହୋଇଥାଏ। ଯଦି ଆପଣଙ୍କୁ ହଠାତ୍‍ ସକାଳୁ ନିଜ ଆଖପାଖରେ ଆଖୁ ଦେଖିବାକୁ ମିଳୁଛି, ତେବେ ଏହା ସଙ୍କେତ ଯେ ଆପଣଙ୍କ ଦିନ ବଦଳିବାକୁ ଯାଉଛି।

ମାତା ଲକ୍ଷ୍ମୀଙ୍କ ବାହନ ପେଚା। ଯଦି ଆପଣଙ୍କୁ ପ୍ରାୟ ସମୟ ନିଜ ଆଖପାଖରେ ପେଚା ଦେଖିବାକୁ ମିଳେ ତେବେ ଜାଣନ୍ତୁ ମାତା ଆପଣଙ୍କ ଉପରେ ପ୍ରସନ୍ନ ଓ ଖୁବ୍‍ ଶୀଘ୍ର ଆପଣଙ୍କ ଉପରେ କୃପା ବର୍ଷା କରିବେ। ଯେଉଁଠି ପେଚା ଥାଏ ସେଠାକୁ ମାତା ନିଶ୍ଚୟ ଯାଇଥାଆନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories