www.samajalive.in
Saturday, December 6, 2025
19.1 C
Bhubaneswar

ସୋମବାର ରାଶିଫଳ

ମେଷ: ପରିଶ୍ରମର ମୂଲ୍ୟ ମିଳିବ। କଷ୍ଟସାଧ୍ୟ ହେବ। ଶତ୍ରୁମାନଙ୍କ ଉପରେ ନଜର ରଖିବାକୁ ପଡ଼ିବ। ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି। ପ୍ରଭାବ ବିସ୍ତାର କରି ଓ ରଣକୌଶଳକୁ ଶାଣିତ କରି ଶତ୍ରୁ ଦମନରେ ସିଦ୍ଧହସ୍ତ ହେବେ।

ବୃଷ: ଦୀର୍ଘ ଦିନର ଅଭିଳାଷ ପୂରଣ ହେବ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ପତ୍ନୀଙ୍କ ସଞ୍ଚିତ ଅର୍ଥରେ ମଉଜ ମଜଲିସ କରିପାରନ୍ତି। ଆପଣଙ୍କ ପରାମର୍ଶ ଉପାଦେୟ ହେବ। ଶାସ୍ତ୍ରଜ୍ଞ ହୋଇପାରନ୍ତି।

- Advertisement -

ମିଥୁନ: ଚାକିରି କ୍ଷେତ୍ରରେ ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚିନ୍ତାଧାରା ଓ ବିବେକାନୁମୋଦିତ କାର୍ଯ୍ୟ କରିପାରନ୍ତି। ନିଜକୁ କଳହମୁକ୍ତ ରଖିପାରିଲେ ପ୍ରଶଂସାର ପାତ୍ର ହେବେ। ସମସ୍ୟା ଉପରେ ସମସ୍ୟା ଲାଗି ରହୁଥିବାରୁ ଚିନ୍ତିତ ହେବେ। କୃଷିକାର୍ଯ୍ୟ କରିବେ।

କର୍କଟ: ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି। ଉଚ୍ଚ ଆଶା ଫଳବତୀ ହେବ। ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ବିବାଦୀୟ ପ୍ରତିଯୋଗିତାରେ ବିଜୟ ହାସଲ କରିବେ। ସକଳ ଗୁଣର ଆଧାର ହେବେ। ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।

ସିଂହ: ମିଳିଥିବା ସୁଯୋଗର ଉପଯୋଗ କରି କୃତକାର୍ଯ୍ୟ ହେବେ। ଆଶାବାଦୀ ହୋଇପାରନ୍ତି। ବହୁ ସୁଖର ଅଧିକାରୀ ହେବେ। ପାରିବାରିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି।

କନ୍ୟା: ଜନୈକ ହିତେଷୀଙ୍କ ଠାରୁ ପ୍ରେରଣା ପାଇ ଶୁଦ୍ଧ-ପୂତ କାର୍ଯ୍ୟ କରିବେ। ମନ ଚଞ୍ଚଳ ରହିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ। ରୁଚିକର ଭୋଜନ ମିଳିବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।

ତୁଳା: ମାନସିକ ସ୍ତରରେ ଉତ୍ତେଜନା ଦେଖା ଦେବ। ବ୍ୟୟ ପରିମାଣ ଅଧିକ ହେବ। ପାରିବାରିକ ସୁଖ ମିଳିବ। ଗୁରୁକୃପା ଲାଭ କରିପାରନ୍ତି। ଘାତ-ପ୍ରତିଘାତ ସତ୍ତ୍ବେ କାର୍ଯ୍ୟରେ ସଫଳତା ଲାଭ କରିବେ। ପରକୁ ଆପଣାର କରିପାରନ୍ତି।

ବିଛା: ବ୍ୟବସାୟ ଲାଭଜନକ ହେବ। ସୁଖ-ସନ୍ତୋଷ ଲାଭ କରିବେ। ହର୍ଷ-ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି। ଅର୍ଥାଗମର ସୂଚନା ମିଳୁଛି। କର୍ମ କୁଶଳତା ପ୍ରକାଶ ପାଇବ। ସରକାରୀ ସ୍ତରରେ ସମ୍ମାନିତ ହୋଇ ଅର୍ଥପ୍ରାପ୍ତି ହେବେ।

ଧନୁ: ସାମୁହିକ କାର୍ଯ୍ୟରେ ଆଗକୁ ବଢ଼ିବେ। କର୍ମ ଚଞ୍ଚଳ ରହିବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସମ୍ମାନିତ ହେବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ସନ୍ତୋଷ ଜନକ ହେବ।

ମକର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଘଟିବ। ସେବା-ପୂଜା ପ୍ରତି ଆଗ୍ରହୀ ହେବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ବନ୍ଧୁ ସହଯୋଗ ପାଇ ପାରନ୍ତି। ଭ୍ରମଣ ସୁଖ ମିଳିବ। ନିଜ କାର୍ଯ୍ୟ ପାଇଁ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ: କର୍ମକ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂରୀଭୂତ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଶାରୀରିକ କ୍ଳେଶ ଉପୁଜି ପାରେ। ତେଜୀୟାନ୍‍ ହେବେ। ମଧୁରଭାଷୀ ହୋଇ ପାରନ୍ତି। ବହୁ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ନାନା ବିଭବରେ ମଣ୍ଡିତ ହେବେ।

ମୀନ: ଆଶା-ଆଶଙ୍କାରେ ଦିନ କଟିବ। ଆତ୍ମ ବଡ଼ିମା ଦେଖାଇପାରନ୍ତି। ବ୍ୟବହାର କୁଶଳତା ଯୋଗୁଁ ଜନସାଧାରଣଙ୍କ ଆଦରଣୀୟ ହେବେ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିପାରନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories