www.samajalive.in
Sunday, December 7, 2025
16.1 C
Bhubaneswar

ବାଲାକୋଟ ଆକ୍ରମଣର ଭୟ : ଆଫଗାନିସ୍ତାନରେ ପ୍ରଶିକ୍ଷଣ ନେଉଛନ୍ତି ପାକ୍ ଆତଙ୍କବାଦୀ

ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ବାଲାକୋଟର ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିବା ପରେ ଆତଙ୍କବାଦୀମାନେ ଭୟଭୀତ ହୋଇପଡିଛନ୍ତି। ପାକିସ୍ତାନର ଆତଙ୍କବାଦୀ ସଂଗଠନଗୁଡିକ ପିଓକେରେ ସକ୍ରିୟ ରହିବା ସହିତ ଆତଙ୍କବାଦୀଙ୍କୁ ଏଠାରେ ପ୍ରଶିକ୍ଷଣ ଦେବା ସହ ରହିବା ଓ ଅସ୍ତ୍ରଶସ୍ତ୍ର ଗଚ୍ଛିତ ଭଳି ସମସ୍ତ ସୁବିଧା କରିଥାଏ। ଏହିସବୁ ସୁବିଧା ପାକିସ୍ତାନର ସେନା ସହଯୋଗରେ ହୋଇଥାଏ। ପୁଲୱାମାରେ ପାକିସ୍ତାନ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ସିଆରପିଏଫର ୪୦ ଯବାନ ସହିଦ ହେବାର ପ୍ରତିଶୋଧ ନେବାକୁ ଭାରତ ବାଲାକୋଟସ୍ଥିତ ଆତଙ୍କବାଦୀ ପ୍ରଶିକ୍ଷଣ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା। ବାଲାକୋଟ ଉପରେ ଭାରତର ଆକ୍ରମଣ ପରେ ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡିକ ଭୟଭୀତ ହୋଇପଡିଛନ୍ତି। ଏଠାରେ ସେମାନେ ନିଜର ସଂଗଠନ ଚଳାଇବାକୁ ସୁରକ୍ଷିତ ମନେ କରୁନାହାନ୍ତି; ଫଳରେ ଆତଙ୍କବାଦୀ ସଂଗଠନଗୁଡିକ ଏବେ ଆଫଗାନିସ୍ତାନକୁ ନିଜର ଶିବିର ଉଠାଇ ନେଇଛନ୍ତି। ଆଫଗାନିସ୍ତାନର କୁନାର, ନଙ୍ଗାରହାର, ନୂରିସ୍ତାନ ଓ କାନ୍ଦାହାର ପ୍ରଦେଶରେ ଆତଙ୍କବାଦୀ ସଂଗଠନ ସେମାନଙ୍କ ଶିବିର ଚଳାଇଥିବା ଭାରତୀୟ ଗୁଇନ୍ଦା ବିଭାଗ ସୂଚନା ଦେଇଛି। ଗୁଇନ୍ଦା ବିଭାଗର ଏପରି ସୂଚନା ପରେ କାବୁଲ ଓ କାନ୍ଦାହାରରେ ଥିବା ଭାରତୀୟ ଦୂତାବାସକୁ ସତର୍କ ସୂଚନା ଜାରି କରାଯାଇଛି।

ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଓ ଜୈସ-ଇ-ମହମ୍ମଦ ଏବେ ଆଫଗାନିସ୍ତାନର ତାଲିବାନ, ହକାନି ନେଟୱର୍କ ସହିତ ହାତ ମିଳାଇଛନ୍ତି। ପାକିସ୍ତାନ ଓ ଆଫଗାନିସ୍ତାନକୁ ଅଲଗା କରୁଥିବା ଡୁରାଣ୍ଡ ଲାଇନ ଅଞ୍ଚଳରେ ପ୍ରଶିକ୍ଷଣ ଶିବିର ଚାଲିଛି। ଗୁଇନ୍ଦା ରିପୋର୍ଟରୁ ଆହୁରି ଜଣାଯାଇଛି ଯେ ତାଲିବାନ ଓ ହକାନି ନେଟୱର୍କର ଆଶ୍ରୟରେ ରହିଛି ଜୈସ ମୁଖ୍ୟ ମୌଲାନା ମାସୁଦ ଆଝାର। ୨୦୧୯ ଫେବୃୃଆରୀରେ ଆଝାର ଆଫଗାନିସ୍ତାନରେ ତାଲିବାନ ଓ ହକାନି ସଂଗଠନ ପାଖରେ ଆଶ୍ରୟ ​‌େ​‌ନଇଥିଲା। ତେବେ ଏଠାରେ ଅଧିକ ଦିନ ନିଜକୁ ସୁରକ୍ଷିତ ରଖିବା ଆଶଙ୍କା ହେବାରୁ ଆଝାର ପାକିସ୍ତାନ ଭୱାଲପୁରକୁ ସ୍ଥାନାନ୍ତର ହୋଇଥିଲା। ଏଠାରେ ସେ ପାକିସ୍ତାନ ସେନା ହେପାଜତରେ ରହିଛି। ଲସ୍କର ଇ ତୋଇବା ଏହାର ପ୍ରଶିକ୍ଷକ ଓ କ୍ୟାଡର ନେତାମାନଙ୍କୁ ମଧ୍ୟ ପେଶୱାରରୁ କାବୁଲ ପଠାଇଛି। ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଲସ୍କରର ୩୦୦ରୁ ଅଧିକ ଆତଙ୍କବାଦୀ ଆଫଗାନିସ୍ତାନରେ ପ୍ରଶିକ୍ଷଣ ନେଉଛନ୍ତି। ଏହି ଆତଙ୍କବାଦୀମାନେ ଆମେରିକା ଓ ଏହାର ସହଯୋଗୀ ସୈନିକଙ୍କ ପାଇଁ ବଡ ବିପଦ ଭାବେ ଉଭା ହୋଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories