www.samajalive.in
Monday, December 15, 2025
26.1 C
Bhubaneswar

ବିଗ୍‌ବସ୍‌ ଯିବେ ମୋନାଲିସା!

ମୁମ୍ବଇ: ମହାକୁମ୍ଭ ମେଳାରେ ମାଳି ବିକ୍ରି କରିବାକୁ ଆସିଥିବା ମୋନାଲିସା ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଗଲେ ଏବଂ ଏବେ ସେ ବଲିଉଡରେ ମଧ୍ୟ ପାଦ ଥାପି ସାରିଛନ୍ତି। ନିକଟରେ ଉତ୍କର୍ଷ ସିଂହଙ୍କ ସହ ତାଙ୍କର ଏକ ମ୍ୟୁଜିକ ଭିଡିଓ ରିଲିଜ୍ ହୋଇଥିଲା, ଆଉ ଏବେ ମୋନାଲିସା ଆହୁରି ଆଗକୁ ବଢ଼ି ସଲମାନ ଖାନଙ୍କ ସବୁଠାରୁ ଲୋକପ୍ରିୟ ଶୋ’ ‘ବିଗ୍ ବସ୍’ରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି। ଇନଷ୍ଟାଗ୍ରାମରେ monalisha_mahakumbh ନାମକ ପେଜ୍‌ରେ ମୋନାଲିସାଙ୍କର ଏକ ଭିଡିଓ ପୋଷ୍ଟ କରାଯାଇଛି। ଏ​‌ହି ଭିଡିଓରେ ସେ କଳା ରଙ୍ଗର ଅନାରକଲି ସୁଟ୍‌ ପିନ୍ଧି ଖୁବ୍‌ ସୁନ୍ଦର ଦେଖା ଯାଉଛନ୍ତି। ଏଥିରେ ତାଙ୍କୁ ପଚରା ଯାଇଥିଲା ​‌ଯେ, ଯଦି ଆପଣଙ୍କୁ ବିଗ୍‌ବସ୍‌ ଯିବାକୁ ସୁଯୋଗ ମିଳେ, ତେବେ କ’ଣ ଆପଣ ଯିବାକୁ ଚାହିଁବେ?

- Advertisement -

ମୋନାଲିସା ତୁରନ୍ତ ଉତ୍ତର ଦେଇ କହିଥିଲେ ହଁ, ମୁଁ ନିଶ୍ଚିତ ଯିବି। ତେବେ ଶୋ’ ପକ୍ଷରୁ ଏପର୍ଯ୍ୟନ୍ତ ଏହା ନିଶ୍ଚିତ କରାଯାଇନାହିଁ ଯେ, ମୋନାଲିସା ଏହି ଶୋ’ରେ ଭାଗ ନେବେ କି ନାହିଁ। ମୋନାଲିସାଙ୍କ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ଏବଂ ଲୋକେ ବିଗ୍ ବସ୍‌ରେ ଆପଣଙ୍କୁ ଦେଖିବା ପାଇଁ ଆମେ ଉତ୍ସାହିତ ବୋଲି କମେଣ୍ଟ ମଧ୍ୟ ଦେଉଛନ୍ତି।

ସୂଚନାଯୋଗ୍ୟ, ବିଗ୍ ବସ୍-୧୯ ଏଥର ଶୀଘ୍ର ପ୍ରସାରିତ ହେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ମାସ ଶେଷ ସପ୍ତାହ ୨୯ କିମ୍ବା ୩୦ରେ ଶୋ’ ପ୍ରିମିୟର ହେବା ନେଇ ଆଶା କରାଯାଉଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories