ଯାଜପୁର : ପରକୀୟା ପ୍ରୀତିର କରୁଣ ପରିଣତି। ପତ୍ନୀ ଓ ପତ୍ନୀଙ୍କ ପ୍ରେମିକର ଗଳା କାଟି ହତ୍ୟା ଉଦ୍ୟମ କଲେ ସ୍ଵାମୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ଗତକାଲି ରାତିରେ ଏଭଳି ଅଘଟଣ ଘଟିଛି। ଯାଜପୁର ସଦର ଥାନା ମାଳହାଟ ନିକଟରୁ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ଏକ ବର୍ଷ ହେବ ନିଜ ପ୍ରେମିକଙ୍କ ସହ ରହୁଥିଲେ। ଘଟଣା ଘଟିବା ପରେ ଅଭିଯୁକ୍ତ ସ୍ଵାମୀ ମନୋଜ କୁମାର ମହାନ୍ତି ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



