www.samajalive.in
Saturday, December 6, 2025
17.1 C
Bhubaneswar

ସାବଧାନ! ବ୍ଲୁ ହ୍ୱେଲ୍‍ ପରେ ଆସିଲା ‘ମୋମୋ ହ୍ୱାଟ୍ସଆପ୍‍ ଚ୍ୟାଲେଞ୍ଜ୍‍’

କିଛିଦିନ ତଳେ ଚାଲିଥିବା ବ୍ଲୁ ହ୍ୱେଲ୍‍ ଚ୍ୟାଲେଞ୍ଜ୍‍ ଭଳି ମାରାତ୍ମକ ଖେଳ କାରଣରୁ ସାରା ଦୁନିଆରେ ଅନେକ ବାପା-ମାଆ ନିଜ ପିଲାଙ୍କୁ ହରାଇଥିଲେ। ସେହି ଭୟ ଥମି ନଥିବା ବେଳେ ଏବେ ପୁଣି ସାମାଜିକ ଗଣମାଧ୍ୟମରେ ପାଦ ଥାପିଛି ‘ମୋମୋ ହ୍ୱାଟ୍ସଆପ୍‍ ଚ୍ୟାଲେଞ୍ଜ୍‍’ ନାମକ ଏକ ବିପଦ ଜନକ ଖେଳ। ଏହାକୁ ଏକ ଆତ୍ମହତ୍ୟାର ଖେଳ ଭାବେ ବିବେଚନା କରାଯାଉଛି।

କ’ଣ ଏହି ମୋମୋ ଚ୍ୟାଲେଞ୍ଜ୍‍?

- Advertisement -

ହ୍ୱାଟ୍ସଆପ୍‍ରେ ଗୋଟିଏ ନମ୍ବର ବ୍ୟାପିବାରେ ଲାଗିଛି। ଏହି ନମ୍ବରର ପ୍ରୋଫାଇଲ୍‍ ଫଟୋରେ ଗୋଟିଏ ଭୟାନକ ରୂପ ଧାରୀ ଝିଅକୁ ଦେଖିବାକୁ ମିଳୁଛି ଓ ସେ ନିଜ ନାମ ମୋମୋ ରଖିଛି। ସର୍ବପ୍ରଥମେ ଏହା ଫେସ୍‍ବୁକ୍‍ରେ ଦେଖା ଯାଇଥିଲା। ଏଭଳି ଅଦ୍ଭୁତ ଚେହେରା ଦେଖି କିଛି ଲୋକ ତା’ ପ୍ରତି ଆକର୍ଷିତ ହେଲେ ଓ ଯୋଗାଯୋଗ କରିବା ପାଇଁ ଚେଷ୍ଟା କଲେ। ଏଭଳି କୁହାଯାଉଛି ଯେ, ଯିଏ ଏହି ଅଦ୍ଭୁତ ପ୍ରୋଫାଇଲ ଥିବା ଝିଅ ସହ କଥା ହୋଇଥାଏ ସେ ଆତ୍ମହତ୍ୟା ପଥରେ ଆଗକୁ ବଢିଥାଏ।

କିଏ ଏହି ଝିଅ?

ମୋମୋ ର ଫଟୋ ଜାପାନ ସଂଗ୍ରହାଳୟରେ ଥିବା ଏକ କଣ୍ଢେଇର ଆକୃତିର ହୋଇଛି। ଏହାକୁ ଜାପାନୀ କଳାକାର ମିଦୋରି ହାୟଶି ତିଆରି କରିଥିଲେ। ଏହି କାରଣରୁ କୁହାଯାଉଛି ଯେ ଏହି ଖେଳ ଜାପାନରୁ ଆରମ୍ଭ ହୋଇଛି। ହେଲେ ଆମେରିକାରେ ଯେଉଁ ନମ୍ବର ବ୍ୟାପିବାରେ ଲାଗିଛି ତାହା ମେକ୍ସିକୋ ଓ ବ୍ରାଜିଲ୍‍ ର ବୋଲି ଜଣା ପଡ଼ିଛି।

କାହିଁକି ମୋମୋ ଟାର୍ଗେଟରେ ପିଲାମାନେ ?

ବିଶେଷଜ୍ଞ ମାନଙ୍କ ମତରେ ଖେଳ ନାଁ’ରେ ଏହା ଏକ ଷଡ଼ଯନ୍ତ୍ର। ଲୋକମାନଙ୍କ ମନରେ ଆତଙ୍କ ସୃଷ୍ଟି କରାଇବା ପାଇଁ ଏଭଳି ଖେଳର ପରିକଳ୍ପନା କରାଯାଇଛି। ଏଥିରେ ପିଲାମାନଙ୍କ ପ୍ରତି ଅଧିକ ବିପଦ ରହିଛି, କାରଣ ସେମାନ ଭୁଲ୍‍-ଠିକ୍‍, ବାସ୍ତବତା ଓ କଳ୍ପନା ମଧ୍ୟରେ ପାର୍ଥକ୍ୟ ବୁଝିବାରେ ଦୁର୍ବଳ ହୋଇଥାଆନ୍ତି। ସେମାନେ ନିଜକୁ ନିରାପଦ ରଖିବା ପାଇଁ ଅସମର୍ଥ। ସେମାନଙ୍କୁ ଡ଼ରାଇବା ଓ ବାଟବଣା କରିବା ସହଜ ହୋଇଥାଏ।

ଏହା କବଳରୁ ପିଲାଙ୍କୁ ବଞ୍ଚାଇବେ କିପରି?

ସର୍ବପ୍ରଥମେ ପିଲାଙ୍କୁ ଏହି ଖେଳ ବିଷୟରେ ଜଣାଇ ଦିଅନ୍ତୁ। ଏହା ବ୍ୟତୀତ କୌଣସି ଅଜଣା ଲୋକ ସହ କଥା ନହେବା ପାଇଁ ତାଙ୍କୁ କୁହନ୍ତୁ। ପିଲା ଫୋନ୍‍ କିମ୍ବା କମ୍ପ୍ୟୁଟର୍‍ ବ୍ୟବହାର କରୁଥିବା ସମୟରେ ତାଙ୍କ ଉପରେ ନଜର ରଖନ୍ତୁ। ଫୋନ୍‍ ଓ ପିସି ରେ ଆଣ୍ଟି ଭାଇରସ୍‍ ଲଗାନ୍ତୁ। ଏହାଛଡ଼ା ମଝିରେ ମଝିରେ ତାଙ୍କ ସହ କଥା ହୁଅନ୍ତୁ ଓ ପଚାରନ୍ତୁ ଯେ ତାଙ୍କର କୌଣସି ଦୁଃଖ କିମ୍ବା ସମସ୍ୟା ରହିଛି କି?

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories