www.samajalive.in
Saturday, December 6, 2025
14.1 C
Bhubaneswar

ଡୁଆଲ ସିମ୍‍ ସହିତ ବଜାରକୁ ଆସିଲା ‘ଆଇଫୋନ୍‍-ଏକ୍ସ ୨୦୧୮’

ନୂଆଦିଲ୍ଲୀ : ଆପଲ୍‍ କମ୍ପାନୀ ତରଫରୁ ଏକ ଶୁଭ ସମ୍ବାଦ ଆସିଛି। ପ୍ରଥମଥର ପାଇଁ ଆପଲ୍‍ କମ୍ପାନୀ ଡୁଆଲ ସିମ୍‍ ଥିବା ଆଇଫୋନ୍‍ ବଜାରକୁ ଆଣିଛି। ଯାହାର ନାମ ‘ଆଇଫୋନ୍‍ ଏକ୍ସ-୨୦୧୮’ ରଖାଯାଇଛି। ଏବେ ଆପଣ ଆଇଫୋନ୍‍ରେ ଡୁଆଲ ସିମ୍‍ ପାଇପାରିବେ। ଆଇଓଏସ୍‍ ୧୨.୫ର ନୂଆ ବେଟା ଭର୍ସନ ଦ୍ୱାରା ଆଇଫୋନ-ଏକ୍ସରେ ଡୁଆଲ ସିମ୍‍ ବ୍ୟବସ୍ଥା କରାଯାଇଛି।
ଏହା ପୂର୍ବରୁ ପ୍ଲମବର୍ଗ ରିପୋର୍ଟରେ କୁହାଯାଇଥିଲା ଆଇଫୋନ୍‍-ଏକ୍ସ ପ୍ଲସର ଏକ ମଡେଲ୍‍ ଏଲସିଡି ଡିସ୍‍ପ୍ଲେ ସହିତ ଲଞ୍ଚ୍‍ ହେବ ଯାହାର ମୂଲ୍ୟ ଅନ୍ୟ ଭରସନ୍‍ ଅପେକ୍ଷା କମ୍‍ ରହିବ। ଏଲସିଡି ଡିସ୍‍ପ୍ଲେ ଥିବା ଆଇଫୋନ୍‍ରେ ୬.୧ଇଞ୍ଚ୍‍ ର ଡିସପ୍ଲେ ପାଇବେ। ଏହା ସହିତ ଡୁଆଲ ସିମ୍‍ ସପୋର୍ଟ ପାଇପାରିବେ। କିନ୍ତୁ ଡୁଆଲ୍‍ ସିମ୍‍ ଥିବା ଆଇଫୋନ୍‍ର ଏହି ମଡେଲ୍‍ କେତୋଟି ନିଦ୍ଧିଷ୍ଟ ଦେଶରେ ଉପଲବ୍ଧ ହେବ। ଅବଶ୍ୟ ଆପଲ୍‍ କମ୍ପାନୀ ପକ୍ଷରୁ ଏହି ପ୍ରସଙ୍ଗରେ ବିଧିବଦ୍ଧ ଭାବେ କିଛି କୁହାଯାଇ ନାହିଁ।
ତେବେ, ଏହା ପୂର୍ବରୁ ନୂଆ ଆଇଫୋନ୍‍କୁ ନେଇ ଅନେକ ରିପୋର୍ଟ ସମ୍ନାକୁ ଆସିଛି। ରିପୋର୍ଟରେ ଆପଲ କମ୍ପାନୀ ୨୦୧୮ମସିହାରେ ତିନୋଟି ଆଇଫୋନ ଲଞ୍ଚ୍‍ କରିବ। ଯେଉଁଥିରୁ ଗୋଟିଏ କମ୍‍ ମୂଲ୍ୟରେ ଉପଲବ୍ଧ ହେବ। ୬.୧ଇଞ୍ଚ୍‍ ର ଏଲଇଡି ଡିସ୍‍ପ୍ଲେ ଥିବା ଆଇଫୋନ୍‍ର ମୂଲ୍ୟ ପାଖାପାଖି ୪୧,୧୪୫ ରୁ ୪୮,୦୦୨ ଟଙ୍କା ମଧ୍ୟରେ ରହିବ। ଆଶା କରାଯାଉଛି ଆପଲ୍‍ କମ୍ପାନୀ ଏହି ନୂଆ ଆଇଫୋନ୍‍ ୨୦୧୮ ମସିହା ଅକ୍ଟୋବର ମଧ୍ୟରେ ଲଞ୍ଚ୍‍ କରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories