କେରଳ ରାଜନୀତିରେ ନୂଆ ଅଧ୍ୟାୟ : ମୋଦୀଙ୍କୁ ସାକ୍ଷାତ କଲେ ମୋହନଲାଲ

0

ନୂଆଦିଲ୍ଲୀ : କେରଳ ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ପ୍ରସିଦ୍ଧ ମାଲୟାଲମ ଅଭିନେତା ତଥା ସୁପରଷ୍ଟାର ମୋହନଲାଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ଦକ୍ଷିଣ ଭାରତ କର୍ଣ୍ଣାଟକ, ତାମିଲନାଡୁ ଏବଂ କେରଳରେ ବିଜେପି ନିଜର ସ୍ଥିତି ସୁଦୃଢ କରିବାକୁ ଚେଷ୍ଟା କରୁଥିବା ବେଳେ ନୂତନ ପ୍ରାର୍ଥୀ ଅନ୍ୱେଷଣରେ ରହିଛି।
ତେବେ ୨୦୧୯ ନିର୍ବାଚନରେ କେରଳରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ବିରୁଦ୍ଧରେ ବିଜେପି ମୋହନଲାଲଙ୍କୁ ପ୍ରାର୍ଥୀ କରିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ମୋହଲାଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ସହିତ ନିଜ ସଂଗଠନ ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟ ବିଷୟରେ ଅବଗତ କରାଇଛନ୍ତିି। ଏ ନେଇ ଟ୍ୱିଟରରେ ଉଭୟ ପରସ୍ପରକୁ ପ୍ରସଂଶା କରିଛନ୍ତି। ତେବେ କେରଳ ରାଜନୀତିକୁ ଏହା କେଉଁ ଦିଗ ଦେବ ତାହା ଆଗାମୀ ଦିନରେ ଜଣା ପଡିବ।

Leave A Reply