www.samajalive.in
Sunday, December 14, 2025
23.1 C
Bhubaneswar

ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: କାଲେମା ଦଳ ବିଜୟୀ, ଡୁବୁରୀ ଦଳ ରନର୍ସ

ମୋହନା: ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ଗ୍ରାମଠାରେ ୨୭ତାରିଖଠାରୁ ୧୦ଟି ଟିମକୁ ନେଇ ଚାଲିବା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଏସ ସ୍ୱାତୀ.କୁମାରଙ୍କ ନିର୍ଦେଶକ୍ରମେ ଓ ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡାଙ୍କ ତତ୍ତ୍ବାବଧାନରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଏହି ଭଲିବଲ ଟୁର୍ଣ୍ଣାମେଣ୍ଟରେ ଗୁଲୁବା ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୧୦ଟି ଭଲିବଲ ଟିମ ଅଂଶଗ୍ରହଣ କରିଥିଲେ। ଶେଷ ଦିନରେ ସମସ୍ତ ଟିମକୁ ପଛରେ ପକାଇ କାଲେମା ଟିମ ବିଜୟୀ ଘୋଷିତ ହୋଇଥିଲା ଓ ଡ଼ୁବୁରୀ ଟିମ ରନର୍ସ ହୋଇଥିଲା। ଉଭୟ ଦଳଙ୍କୁ ଜିଲାଆରକ୍ଷୀ ଅଧିକ୍ଷକ ସିଲ ସହ ଅର୍ଥରାଶି ପ୍ରଦାନ କରି ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଡବା ପୁଲିସ କର୍ମଚାରୀମାନେ ଉପରିଚାଳନା କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories