www.samajalive.in
Saturday, December 6, 2025
15.1 C
Bhubaneswar

ଅଟୋ ଓଲଟି ୩ ମୃତ, ୭ ଗୁରୁତର

ମୋହନା: ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ନୂଆଗଡଠାରୁ କେରେଡାଙ୍ଗ ରାସ୍ତାରେ ଘଟିଛି ଏକ ଅଭାବନୀୟ ଘଟଣା। କେରେଡାଙ୍ଗ ଘାଟି ରାସ୍ତାରେ ଶୁକ୍ରବାର ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। କେରେଡାଙ୍ଗ ଘାଟିରୁ ୨୦ ଫୁଟ ରାସ୍ତା ତଳକୁ ଅଟୋଟି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ପୁରୁଷ ଏବଂ ୯ ବର୍ଷର ଶିଶୁ ଥିବା ଜଣାପଡ଼ିଛି। ସେମାନେ ହେଲେ କୁଲେସିଂ ଗ୍ରାମର ଲୁକୋ ମଣ୍ଡଳ, ବଡ଼ପଦା ଗ୍ରାମର ଡିଲି କର ଏବଂ ଅନ୍ୟଜଣେ ଜଲାଙ୍ଗ ଗ୍ରାମର ପ୍ରତ୍ୟୁଷ କାର୍ଜି। ସମସ୍ତ ଗୁରୁତରମାନଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଦମକଳ ବିଭାଗ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା ଲାଗି ଖଜୁରୀପଦା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ଆଉ ତିନି ଜଣଙ୍କୁ ଜିଲ୍ଲା ଚିକିତ୍ସାଳୟ ପାରଳାଖେମୁଣ୍ଡିକୁ ସ୍ଥାନାନ୍ତରିତ କରାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସୂଚନା ପ୍ରକାରେ, ଆଜି ମଧ୍ୟାହ୍ନ ସମୟରେ ଏକ ଯାତ୍ରୀବାହୀ ଅଟୋ ଯାତ୍ରୀମାନଙ୍କୁ ନେଇ କେରେଡାଙ୍ଗ ଗ୍ରାମରୁ ନୂଆଗଡ଼ ଅଭିମୁଖେ ଆସୁଥିବା ବେଳେ କୌଣସି ଏକ କାରଣରୁ ଅଟୋଟି ଭାରସାମ୍ୟ ହରାଇ କେରେଡାଙ୍ଗ ଘାଟି ରାସ୍ତା କଡରେ ଥିବା ଏକ ଖାଲକୁ ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ ଆର.ଉଦୟଗିରି ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories