www.samajalive.in
Friday, December 12, 2025
14.1 C
Bhubaneswar

ବାପାଙ୍କ ଚିକିତ୍ସା ପାଇଁ ଆକୁଳ ନିବେଦନ କରୁଛନ୍ତି କୁନିକୁନି ୩ ପିଲା

ମୋହନା: ମୋହନା ବ୍ଲକ ଅନ୍ତର୍ଗତ ଗୁଣ୍ଡିମା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରଙ୍କର ମାଳ ମାଳ ଯୋଜନା କିନ୍ତୁ ଏବେ ବି ଦୁଃଖ, କଷ୍ଟ ଆଉ ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ପାଲଟିଛି ସାତ ସପନ। ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଗ୍ରାମପଞ୍ଚାୟତର ଗୁଣ୍ଡିମା ଗ୍ରାମର ଦାସ ଶବର । ଦୁଇବର୍ଷ ପୂର୍ବେ ତାଙ୍କ ସ୍ତ୍ରୀଙ୍କର ଦେହାନ୍ତ ହୋଇଯାଇଛି । ଏବେ ତିନିଟି ସନ୍ତାନକୁ ନେଇ ଜୀବନ କାଟୁଛନ୍ତି ସେ । ନିଜେ ଫାଲେରିୟା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ରହିଛନ୍ତି । ମେଡିକାଲରେ ଚିକିତ୍ସିତ ହେବା ପାଇଁ ଅର୍ଥ ସାଜିଛି ବାଧକ । ଚାରି ପ୍ରାଣୀ କୁଟୁମ୍ବ ରାତି ପାହିଲେ କଣ ଖାଇବେ ଓ କିପରି ବଞ୍ଚିବେ ତାହାକୁ ନେଇ ସେ ଚିନ୍ତାଗ୍ରସ୍ଥ ।

ତାଙ୍କର ଏପରି ଦୟନୀୟ ଅବସ୍ଥା ଖବର ପାଇ ସାହାଯ୍ୟର ହାତ ବଢ଼ାଇଛନ୍ତି ଭାରତୀୟ ମାନବାଧିକାର ପରିଷଦର ଜାତୀୟ କାର୍ଯ୍ୟରତ ସଭାପତି ତଥା ସମାଜସେବୀ ଦୁଃଖବନ୍ଧୁ ବିଶ୍ୱାଳ । ତାଙ୍କ ଚେଷ୍ଟାରେ ସାହାଯ୍ୟ ସହଯୋଗର ହାତ ବଢାଇଛନ୍ତି  ଗଜପତି ଜିଲ୍ଲାର ” ବିଏଚ୍ଆରସି ” ର ସଦସ୍ୟ ଆହ୍ୱାନ ନାୟକ , ଫିଲିପ କୁମାର ରାଉଳ । ତାଙ୍କ ଘରେ ପହଞ୍ଚି ରାସନ ସାମଗ୍ରୀ ତଥା ,ଚାଉଳ ଚୁଡା, ବିସ୍କୁଟ,ଆଳୁ ଓ ପନିପରିବା ପ୍ରଦାନ କରିବା ସହ ଦାଶ ଶବର କିଭଳି ଆରୋଗ୍ୟ ଲାଭ କରିବେ ତାହାର ବ୍ୟବସ୍ଥା ,ପିଲାଙ୍କ ପାଇଁ ଉତ୍ତମ ଶିକ୍ଷା , ଆବାସ ଯୋଜନା , ଅନ୍ତୋଦୟ କିମ୍ଵା ଅନ୍ନପୂର୍ଣ୍ଣା ଯୋଜନା କିପରି ହୋଇ ପାରିବ ସେ ଦିଗରେ ସରକାର ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।ତାଙ୍କର ଏହି ଭଳି ମହତକାର୍ଯ୍ୟ ପାଇଁ ଅଞ୍ଚଳର ବୁଦ୍ଧିଜୀବିମାନେ ଅନେକ ପ୍ରଶଂସା କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories