www.samajalive.in
Friday, December 12, 2025
14.1 C
Bhubaneswar

ଆତଙ୍କରେ ହାତୀ ନଦୀ କୂଳିଆ ଗ୍ରାମବାସୀ; ପୁଣି ନଦୀ ଗର୍ଭରେ ଲୀନ ହୋଇପାରେ ଅନେକ ଘର

କଲମପୁର: ଲାଗି ରହିଛି ଲଗାଣ ବର୍ଷା । କଳାହାଣ୍ଡିରେ ବନ୍ୟାର ସ୍ଥିତି ଦେଖା ଦେଲେ ସମଗ୍ର ରାଜ୍ୟରରେ ଚର୍ଚ୍ଚାରେ ପରିଧିକୁ ଆସିଥାଏ କଲମପୁର ବ୍ଲକ ଅଧିନସ୍ଥ ବାଲିଛଡା ଗାଁ ସମେତ ବିରିପୁର, ମାଟିଖାଲ,ଜାମପଡା, କର୍ମେଲ, ବଙ୍କାପଲା, ଖଙ୍ଗାରଗୁଡା, ପରୁଆଗୁଡା,ଟେମରା ଆଦି ୯ଗୋଟି ଗ୍ରାମ । ଏହାସହ କମଳ ନଦୀ ବନ୍ୟା ପ୍ରଭାବିତ ସାନକୁଟୃ,ଓ ରସଡୁମେର ଗ୍ରାମ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଚୀରସ୍ରୋତା ପାଲଟିଛି ହାତୀ ନଦୀ । ବର୍ଷ ତମାମ ହାତୀ ନଦୀରେ ପାଣି ପ୍ରବାହିତ ଯୋଗୁଁ କୂଳ ମାଟି ହାଲୁକା ରହିଥାଏ । ବର୍ଷା ଦିନେ ହାତୀ ନଦୀରେ ବନ୍ୟା ଆସିଲେ ପାଣିର ତିବ୍ରତା ଯୋଗୁଁ ଧୋଇହୋଇ କୂଳ ଖାଇଯାଉଛି । ଯାହା ଫଳରେ ନଦୀ କୂଳରେ ଥିବା ବିରିପୁର ନଦୀ ଖଣ୍ଡିପଡା ଏବେ ସମ୍ପୂର୍ଣ୍ଣ ନଦୀ ଗର୍ଭରେ ଲୀନ ହେଇସାରିଥିବା ବେଳେ ବାଲିଛଡା ଗାଁର କିଛି ଘର ନଦୀ ଗର୍ଭରେ ଲୀନ ହେଇ ସାରିଛି ।

ପୁଣି ଅନେକ ଘର ହାତୀ ନଦୀ ଗର୍ଭରେ ଲୀନ ହେବାର ଆଶଙ୍କା କରାଯାଉଛି ।  ସେହିଭଳି ମାଟିଖାଲ ଗ୍ରାମର ମଧ୍ୟ ଅନେକ ଘର ନଦୀ କୂଳକୁ ଲାଗି ରହିଥିବାରୁ ଏହି ସମସ୍ତ ଘର ପ୍ରଭାବିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ହାତୀ ନଦୀରେ ବନ୍ୟା ଆସିଲେ ବାଲିଛଡା,ମାଟିଖାଲ, ବିରିପୁର, ଜାମପଡା ଏବଂ କର୍ମେଲ ଗାଁ ସମ୍ପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଇଯାଇଥାଏ । ଲୋକଙ୍କ ଘର ଭିତରେ ପାଣି ପଶିଯାଇଥାଏ । ଲୋକେ ଖଟକୁ ଘର ଉପରେ ଦୌଡିରେ ଟାଙ୍ଗି ତା ଉପରେ ଆଶ୍ରୟ ନେଇଥାନ୍ତି । ଯେଉଁଥିପାଇଁ ହାତୀ ନଦୀରେ ବନ୍ୟା ଆଶିଲେ ଏହି ସମସ୍ତ ଗାଁ ଲୋକ ଆତଙ୍କିତ ହୁଅନ୍ତି । ଆଶଙ୍କା ରହିଥାଏ ଧନ ଜୀବନ ନଷ୍ଟ ହେବାର । ଗାଁର ସ୍ଥାଇତ୍ୱ ପାଇଁ ଅନେକ ବାର ପ୍ରଶାସନର ଦ୍ୱାରସ୍ଥ ହେଇଥିଲେ ମଧ୍ୟ ଆଜିବି ରହିଛି ଅନେକ ସମସ୍ୟା ।

- Advertisement -

ସୁଧୁରୁନି ହାତୀ ନଦୀ ଓ କମଳ ନଦୀ କୂଳକୁ ଲାଗି ରହିଥିବା ଗ୍ରାମ ଗୁଡିକର ଅବସ୍ଥା । ବର୍ଷା ଏବଂ ହାତୀ ନଦୀରେ ବନ୍ୟା ଆସିଲେ ପ୍ରଶାସନ ଓ ସରକାରଙ୍କ ନଜରକୁ ଏ ସବୁ ଗାଁ କଥା ଆସିଥାଏ ବୋଲି କହନ୍ତି ଗ୍ରାମବାସୀ । ଅଦ୍ୟଆବଧି ଏହି ଗାଁ ସବୁର ସ୍ଥାୟୀତ୍ୱ ନେଇ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଆଗାମୀ ଭବିଷ୍ୟତରେ ଜନ ବସତିର ଜନ ଜୀବନ ନେଇ ଆଶଙ୍କାରେ ଗ୍ରାମବାସୀ । ତେଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories