ଅଳିଆ ଭର୍ତ୍ତିରେ ନବରଙ୍ଗପୁର ସହର ,ଡେଙ୍ଗକୁ ଆମନ୍ତ୍ରଣ !

ନବରଙ୍ଗପୁର: କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଥିବାବେଳେ ନବରଙ୍ଗପୁର ସହରର ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇ ପଡିଛି । ସହରର ବିଭିନ୍ନ ସାହି ଓ ଗଳିରେ ବର୍ଷପାଣି ପଶି ନାଳଗୁଡିକର ଉପର ଦେଇ ପାଣି ପ୍ରବାହିତ ହୋଇଥିବାବେଳେ ସାହିଭିତରେ ଆଳିଆ ଜନିଷ ଗଦାଗଦା ହୋଇ ରହୁଥିବା ଦେଖିବାକୁ ମିଳିଛି । ଘରର ବର୍ଯ୍ୟବସ୍ତୁଗୁଡିକ ନାଳରେ ଫିଙ୍ଗାଯାଉଥିବା କାରଣରୁ ଏହା ବର୍ଷାପାଣିରେ ଭାସି ସାହିର ରାସ୍ତା  ମଝିରେ ଅଟକି ରହୁଛି । ଯାହା ଦ୍ବାରା ରାସ୍ତାରେ ଚାଲିକରି ଯିବା ମୁସ୍କିଲ ହୋଇ ପଡୁଛି । ନାଳର ଆବର୍ଜନାପାଣି ସହି ପଲିଥିନ, ଜରି, ଘରର ଫୋଫଡାଯାଇଥିବା ଅଳିଆଗୁଡିକ ରାସ୍ତାରେ ଭାସିରହୁଛି । ଯାହାକି ଅତି ଦୁର୍ଗନ୍ଧମୟ ହେଉଛି ।

prayash

ବର୍ଷାକାରଣରୁ ପୈାରପାଳପାଳିକା ପକ୍ଷରୁ ସବୁ ଅଞ୍ଚଳକୁ ସଫେଇ  କାମ କରାଯାଇପାରୁନଥିବା ବେଳେ ଏହା ପରିବେଶ ପ୍ରଦୂଷଣର କାରଣ ପାଲଟିଛି ।  ବିଶେଷ କରି  ଦଶହରାପଦା ଛକ ନିକଟରେ ଅଳିଆଗଦା ଭର୍ତ୍ତି ହୋଇଛି । ଏଠାରେ ନାଳପାଣି ଜମାହୋଇ କାଦୁଅ ପଚପଚ ହୋଇ ଅତି ଉକୃଷ୍ଟ ଦୁର୍ଗନ୍ଧ ହୋଇଥିବାବେଳେ ସେଠାରେ ପୁଣି ଅଳିଆ ପକାଯାଇ ଆହୁରି ଅଧିକ ସଂଗୀନ କରାଯାଉଛି । ଏଠାରେ ଗାଈ ,କୁକୁର ଓ ଘୁଷୁରି ପଶି ଯାଇ ଅଳିଆ ଖେଳାଇ ଦେଉଥିବାରୁ ଏହା ସବୁଆଡେ ବିଛାଇ ହୋଇପଡିଛି । ଏଠାରେ ଆଣ୍ଠୁଏ  ଦୁର୍ଗନ୍ଧ କାଦୁଅ ଜମାହୋଇ ରହିଛି । ଯାହାକି ସହରରେ ମଶାମାଛି ସହ ଡେଙ୍ଗୁକୁ ଆମନ୍ତ୍ରଣ କରାଯାଉଥିବା ଅଭିଯୋଗ ହୋଇଛି । ନୁଆବନ୍ଧ ସାହି , ଶଙ୍ଖାରୀ ସାହି, ବଡହରିଜନସାହି, ମେଦରି ସାହି , ଦଶହରାପଦା, ଭାଟିଶାଳଗୁଡା ଇଦ୍ୟାଦି ଅଞ୍ଚଳରେ କାଦୁଅ ସହ ଅଳିଆ ଆବର୍ଜନା ଭରି ରହିଥିବାବେଳେ ଏଥିପ୍ରତି ପୈାରପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବି ହେଉଛି ।

kalyan agarbati

Comments are closed.