www.samajalive.in
Tuesday, December 9, 2025
15.1 C
Bhubaneswar

ପାରିବାରିକ କଳହର କରୁଣ ପରିଣତି; ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ମୋହନା: ପାରିବାରିକ କଳହରୁ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗଣି ଗାଁରେ । ମୃତକ ଜଣକ ହେଲେ ସେହି ଗାଁର ସୁକାନ୍ତି ନାୟକ । ଶନିବାର ରାତିରେ ସ୍ୱାମୀ ଭଗବାନ ନାୟକ ଘରକୁ ନିଶାସକ୍ତ ଅବସ୍ଥାରେ ଆସି କୌଣସି କାରଣରୁ ପତ୍ନୀ ସହ କଳହ କରିଥିଲା । ସେଥିରେ ଉତ୍‌କ୍ଷିପ୍ତ ହୋଇ ପତ୍ନୀ ସୁକାନ୍ତିଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ସେ ଅଚେତ ହୋଇପଡିଲେ । ତଥାପି ନୃଶଂସ ସ୍ୱାମୀ ତାଙ୍କୁ ଛାଡି ନଥିଲା । ପାଣି ପକାଇ ଚେତା ଫେରିବା ପରେ ପୁଣି ମାଡ଼ ମାରିଥିଲା । ଶେଷରେ ଘର ସାମ୍ନାରେ ଥିବା ପଥରରେ ଛେଚି ହତ୍ୟା କରିଥିଲା। ସୁକାନ୍ତିଙ୍କ ଭାଇ ବାବୁଲା ଜାନୀ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ଭଗବାନକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ଆଗରୁ ବିଭିନ୍ନ ଛୋଟ ଘଟଣାକୁ ନେଇ ପରିବାର ମଧ୍ୟରେ ବାରମ୍ବାର କଳହ ଲାଗି ରହୁଥିବା ପଡୋଶୀ କହିଛନ୍ତି । ଘଟଣା ସ୍ଥଳରେ ରା. ଉଦୟଗିରି ଏସଡିପିଓ ପହଞ୍ଚି ତଦନ୍ତ କରିବା ସହ ଘଟଣାସ୍ଥଳରୁ ରକ୍ତ ଭିଜା ମାଟି ଓ ଲୁଗା ଜବତ କରି ମୃତଦେହକୁ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି। ଅଭିଯୁକ୍ତ ସ୍ୱାମୀର ୩ଟି ପୁଅ ଓ ଗୋଟିଏ ଝିଅ ଅଛି । ବଡ ଝିଅ ୪ବର୍ଷ, ତିନୋଟି ପୁଅ ଜଣେ ୩ ବର୍ଷ, ଜଣେ ୨ବର୍ଷ ଏବଂ ଆଉ ଏକ ୩ ମାସର ଶିଶୁ ରହିଛି । ସେମାନଙ୍କ ପରିବାର ଗରୀବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ଦୁଃଖ ଦେଖି ମୋହନା ପୁଲିସ ନିଜର ମାନବିକତା ଦେଖାଇ କିଛି ଖାଇବା ସାମଗ୍ରୀ ଆଣି ଶିଶୁମାନଙ୍କୁ ଦେବା ସହ ନୂଆ ପୋଷାକ ଦେଇଥିଲେ । ତେବେ ଶିଶୁମାନଙ୍କ ସମ୍ପର୍କରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧିକାରିଣୀଙ୍କୁ ଅବଗତ କରିବା ପରେ ସେ ନିଜେ ବା ଟିମ ପଠାଇ ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ସେମାନଙ୍କୁ ମୋ ପାଖକୁ ଆଣ ବୋଲି କହିଥିଲେ । ହେଲେ ଶିଶୁମାନଙ୍କ ମାମୁଁ ମାଇଁ ଶିଶୁମାନଙ୍କୁ ପାରଳାଖେମୁଣ୍ଡି ନେଇ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରିବା ସମ୍ଭବପର ନଥିବା ବେଳେ ସୋମବାର ପାରଳାଖେମୁଣ୍ଡି ସ୍ଥିତ ସ୍ପେଶାଲ ଆଡବ୍ସନ ଏଜେନ୍ସି(ସା)ର ଟିମ ଯାଇ ଶିଶୁମାନଙ୍କୁ ଉଦ୍ଧାର କରି ଜିଲ୍ଲା ମଙ୍ଗଳ ସମିତିରେ ଉପସ୍ଥାପନ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଶିଶୁମାନଙ୍କୁ ଉପସ୍ଥାପନ କରାଯିବା ପରେ ସେମାନଙ୍କୁ ଥଇଥାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories