www.samajalive.in
Monday, December 8, 2025
16.1 C
Bhubaneswar

ରୋଗୀଙ୍କୁ ୨ କିଲୋମିଟର ଦୋଳାରେ ବୋହି ସ୍ୱାସ୍ଥ୍ୟକେନ୍ଦ୍ର ନେଲେ ଗ୍ରାମବାସୀ

ମୋହନା : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମଗୁଡିକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ କରୁଛନ୍ତି । କିନ୍ତୁ ମୋହନା ବ୍ଲକର ଏମିତି ବହୁ ଗ୍ରାମ ରହିଛି ଯେଉଁଠାକୁ  ଗମନାଗମନ କରିବା କଷ୍ଟସାଧ୍ୟ। ବିଭିନ୍ନ ସମୟରେ ଗୁରୁତର ରୋଗୀ, ଗର୍ଭବତୀ ମହିଳା ଓ ବରିଷ୍ଠ ନାଗରିକଙ୍କୁ ଦୋଳା ଓ ଷ୍ଚ୍ରେଚର ସାହାଯ୍ୟରେ ମୁଖ୍ୟ ରାସ୍ତାକୁ ଅଣାଯିବା ଅଞ୍ଚଳରେ  ନଜିର ରହିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡମ୍ବଗୁଡା ପଞ୍ଚାୟତ ଅଧିନ ନିଲଡିକ୍କିଆରେ। ଗ୍ରାମର ସସ୍ମିତା ମଳିକଙ୍କ ଦେହ ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ କାଠ ନିର୍ମିତ ଦୋଳାରେ ଗ୍ରାମବାସୀ ମିଳିତ ଭାବେ ଗାଁଠାରୁ ପାହାଡ଼ିଆ ପଥୁରିଆ ଜଙ୍ଗଲ ରାସ୍ତାରେ ୨ କିମି ବୋହି ଆଣିଥିଲେ ନିକଟସ୍ଥ ବୁଢାନେଳି ଗ୍ରାମକୁ । ସେଠାରୁ ଅଟୋ ଯୋଗେ ଗୌଡଗୋଠ ସ୍ୱାସ୍ଥ୍ୟୁ କେନ୍ଦ୍ରକୁ ଆଣିଥିଲେ । ବିଭିନ୍ନ ସମୟରେ ଗ୍ରାମବାସୀ ସବୁଦିନିଆ ଭଲ ରାସ୍ତା ଖଣ୍ଡିଏ ପାଇବା ପାଇଁ ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବାରମ୍ଵାର ଲିଖିତ ଓ ମୌଖିକ ଭାବେ ଜଣାଇ ଆସୁଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ରାସ୍ତା ସମ୍ପର୍କରେ ଡମ୍ବଗୁଡା ସରପଞ୍ଚ କାଲବା ମଳିକଙ୍କୁ ପଚାରିବାରୁ ସେ କହିଛନ୍ତି ପ୍ରଶାସନକୁ ଅବଗତ କରାଯାଇଛି । ୨ କିମି ଘାଟି କାଟି ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ହେଲେ ସବୁଦିନିଆ ରାସ୍ତା ହୋଇପାରନ୍ତା। ଗମନାଗମନ ସମସ୍ୟା ସବୁଦିନ ପାଇଁ ଦୂର ହୋଇପାରନ୍ତା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories