Patra electronics

ମୋହନା ବ୍ଲକରେ ମନରେଗା ଜନଶୁଣାଣି

ମୋହନା: ଗଜପତି ଜିଲା ମୋହନା ବ୍ଳକ ସମିତି ସଭା ଗୃହରେ ଜାତୀୟ ଖାଦ୍ୟ ସୁରକ୍ଷା ସହ ମନରେଗା ଜନଶୁଣାଣି ଗଜପତି ଉପ ଜିଲାପାଳ ଦିଲୀପ କୁମାର ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣିରେ ୨୦୨୦-୨୧ ଆର୍ଥିକ ବର୍ଷରେ ସ୍ଥାନୀୟ ବ୍ଳକରେ ୧୨୩୯୮୨୩ ଶ୍ରମ ଦିବାସ ସୃଷ୍ଟି କରାଯାଇ ଲୋକଙ୍କୁ କାମ ଯୋଗାଇ ଦିଆଯାଇଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଅଞ୍ଚଳର ଗରୀବ ଖଟିଖିଆ ମାନଙ୍କୁ ୮୯ଠ୭ଠ୪ ଶ୍ରମ ଦିବସ ସୃଷ୍ଟି କରି ଖାଦ୍ୟ ଯୋଗାଇ ଦିଆଯାଇଥିବା ସମୀକ୍ଷାରୁ ଜଣା ପଡିଛି। କେଉଁ ପ୍ରକଳ୍ପ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାହାର ଅଟକଳ ଉପସ୍ଥାପନା କରାଯାଇଥିଲା। ଏହି ଜନଶୁଣାଣି ବେଳେ ବିଡିଓ ତପସ୍ବିନୀ ହାଁସଦା, ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର, ଜିଲା ପରିଷଦ ଉପାଧ୍ୟକ୍ଷା କୁନ୍ତଳା ମଳିକ, ଜିଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକ, ବ୍ଲକ ଉପାଧ୍ୟକ୍ଷା ବାଲ୍ମୀନା ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, ମନୋଜ କୁମାର ଦାଶ, ଯୋଗାଣ ନିରୀକ୍ଷକ ଶୁଭେନ୍ଦୁ କୁମାର ପାଣିଗ୍ରାହୀ, ଜିପିଇଓ ନରସିଂହ ମାଣ୍ଡାଙ୍ଗିଙ୍କ ସମେତ କନିଷ୍ଠ ଯନ୍ତ୍ରୀ, ୩୯ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରିଣୀ ମଧୁବାଳା ପାଢ଼ୀ।

Comments are closed.