ଯେତେ ଧରିଲେ ବି ସରୁନି, ପୁଣି ୧୧ ଲକ୍ଷ ଟଙ୍କାର ଗଞ୍ଜେଇ ଧରିଲା ମୋହନା ପୁଲିସ
![](https://samajalive.in/wp-content/uploads/2021/11/2-32-750x430.jpg)
ମୋହନା: ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ଦିନ ରାତ୍ରକାଳୀନ ପେଟ୍ରୋଲିଂ ଚାଲିଥିବା ବେଳେ ମୋହନା ଏସଆଇ କୁଷ୍ଣଚନ୍ଦ୍ର ମଲ୍ଲିକ ଓ କର୍ମଚାରୀ ବୁଧବାର ସ୍ଥାନୀୟ ହାଇସ୍କୁଲ ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ କାରକୁ ଅଟକାଇବା ବେଳେ ଗାଡିଟି ଦୃତ ଗତିରେ ଚାଲି ଯାଇଥିଲା। ପୁଲିସ କାରକୁ ପିଛା କରି ଯାଉଥିବା ବେଳେ ମୋହନା ଠାରୁ ୨କିମି ଦୂର ନାରିଙ୍ଗି ନିକଟରେ ଗାଡି ଛାଡି ଚାଳକ ଚମ୍ପଟ ମାରିଥିଲା। ଗାଡିଟିକୁ ଯାଞ୍ଚ କରିବା ବେଳେ ସେଥିରେ ୬ ବସ୍ତା ଗଞ୍ଜେଇ ପାଇଥିଲା। ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପୋଲେଇଙ୍କ ଉପସ୍ଥିତରେ ଗଞ୍ଜେଇ ବସ୍ତା ଗୁଡିକୁ ଓଜନ କରିବାରୁ ୧୭୧ କିଲୋ ୫୦୦ ଗ୍ରାମ ହୋଇଥିଲା। ଯାହାର ଆନୁମାନିକ ମୁଲ୍ୟ ୧୧ ଲକ୍ଷ ହେବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି।
Comments are closed.